ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ : ଜିଏସଟି ସଂକ୍ରାନ୍ତ ସଂକଳ୍ପ ଗୃହରେ ଆଗତ କଲେ ମୁଖ୍ୟମନ୍ତ୍ରୀ

29

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନରେ ଜିଏସଟି ନେଇ ଆଲୋଚନା ଚାଲିଛି। ଜିଏସଟି ସଂପର୍କିତ ସଂକଳ୍ପ ଗୃହରେ ମୁଖ୍ୟମନ୍ତ୍ରୀ ଆଗତ କରିଛନ୍ତି । ପ୍ରଥମେ ଗୃହରେ ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ ଦିଆଯାଇଥିବାରୁ ଏହାକୁ ବିରୋଧୀ ବିରୋଧ କରିଥିଲେ । ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଅଧିବେଶନ ଡାକିବା ବେଳେ ବିରୋଧୀଙ୍କ ମତାମତ ଲୋଡିନଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ବିରୋଧୀଙ୍କ ସାମ୍ବିଧାନିକ ଅଧିକାରକୁ ସରକାର କ୍ଷୁର୍ଣ୍ଣ କରିଛନ୍ତି ବୋଲି ଅଭିଯୋଗ ଆସିଛି । ଏହାକୁ ନେଇ ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ । ଜିଏସଟି ବିଲ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇସାରିଛି ।