ମଦ କଟକଣାରୁ ବର୍ତିବା ପାଇଁ ନୂଆ ବ୍ୟବସ୍ଥା ଆରମ୍ଭ କଲେ ସରକାର : ରାଜ୍ୟ ରାଜପଥର ନାଁ ବଦଳାଇ କଲେ ସହରାଂଚଳ ରାସ୍ତା

66

କନକ ବ୍ୟୁରୋ : ମଦ କଟକଟଣାରୁ ବର୍ତିବା ପାଇଁ ନୂଆ ବ୍ୟବସ୍ଥା ଆରମ୍ଭ କଲେ ରାଜ୍ୟ ସରକାର । ରାଜ୍ୟ ରାଜପଥର ନାଁ ବଦଳାଇ କଲେ ସହରାଞ୍ଚଳ ରାସ୍ତା । ମ୍ୟୁନିସିପାଲଟି ଦେଇ ଯାଇଥିବା ରାଜ୍ୟପଥର ନାଁ ବଦଳାଇ ସହରାଞ୍ଚଳ ରାସ୍ତା ନାଁରେ ନାମକରଣ କରିଛନ୍ତି ସରକାର ।

ରାଜପଥର ୫ଶହ ମିଟର ଭିତରେ ମଦ ଦୋକାନ ରହିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି  । ତେବେ ମଦ କଟକଣାରୁ ବର୍ତିବା ପାଇଁ ରାଜ୍ୟ ସରକାର ଏପରି ନିଷ୍ପତି ନେଇଛନ୍ତି  । ତେବେ ଏନେଇ ପୁର୍ତ ବିଭାଗ ବିଜ୍ଞପ୍ତି ଜାରି କରିଛନ୍ତି  । ମହାରାଷ୍ଟ୍ର ଓ ରାଜସ୍ଥାନରେ ମଧ୍ୟ ରାଜ୍ୟ ରାଜପଥର ନାଁ ରେ ପରିବର୍ତନ କରାଯାଇଛି  । ଜାତୀୟ ରାଜପଥ ପାଇଁ ଏହି ବିଜ୍ଞପ୍ତି ଲାଗୁ ହେବ ନାହିଁ  ।