ଅଧିକ ପାଣି ପିଉଛନ୍ତି କି ? ସାବଧାନ, ହୋଇପାରେ କିଡନି ଜନିତ ସମସ୍ୟା

25

କିଡ଼ନି ମଣିଷ ଶରୀରରେ ରକ୍ତକୁ ସଫା କରିବା ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । ଏହା ଶରୀରର ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ଅଙ୍ଗ ହୋଇଥାଏ । ପ୍ରତି ମଣିଷର ଶରୀରରେ ଦୁଇଟି କିଡ଼ନି ଥିବା ବେଳେ ଆଜିକାଲିର ବ୍ୟସ୍ତବହୁଳ ଜୀବନ ପାଇଁ ଲୋକମାନେ ନିଜ ଶରୀର ପ୍ରତି ଧ୍ୟାନ ଦେଇ ପାରୁ ନାହାନ୍ତି । କିଛି ନ ଭାବି ସେମାନେ କିଛି ବି ଖାଉଥିବାରୁ ସେମାନଙ୍କ ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖା ଦେଉଛି । ସାରା ଦିନ ମଣିଷ କରୁଥିବା ଛୋଟ ଛୋଟ ଭୁଲ ପାଇଁ ଶରୀରର ଗୁରୁତ୍ତ୍ୱପୂର୍ଣ୍ଣ ଅଙ୍ଗ ପ୍ରଭାବିତ ହେଉଛି । ସ୍ୱାସ୍ଥ୍ୟକର ଜୀବନ ବଞ୍ଚିବା ପାଇଁ ଆମମାନଙ୍କୁ ପ୍ରତିଦିନର ଦିନଚର୍ଯ୍ୟାରେ ସୁଧାର ଆଣିବା ନିହାତି ଦରକାର । ଆସନ୍ତୁ ଜାଣିବା ସେ ବିଷୟରେ…

୧. ପାଣି ପିଇବା ଶରୀର ପାଇଁ ଲାଭଦାୟକ ହୋଇଥଏ । କିନ୍ତୁ ଦରକାର ଠାରୁ ଅଧିକ କିମ୍ବା କମ ପାଣି ପିଇବା ଦ୍ୱାରା ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ଦିନକୁ ୮-୧୦ଗ୍ଲାସ ପାଣି ପିଇବା ଦରକାର । ଏହା ଠାରୁ ଅଧିକ ପାଣି ପିଇଲେ କିଡ଼ନିକୁ ଅଧିକ କାମ କରିବାକୁ ପଡ଼ିଥାଏ । ଯାହାଦ୍ୱାରା କିଡ଼ନି ଖୁବ୍ ଶୀଘ୍ର ଖରାପ ହେବାର ଆଶଙ୍କା ରହିଥାଏ ।
୨. ଅଧିକ ମାତ୍ରରେ ପେନ୍ କିଲର ଖାଇବା ଦ୍ୱାରା ଏହା କିଡ଼ନି ଉପରେ ଖରାପ ପ୍ରଭାବ ପକାଇଥାଏ । ଶରୀରରେ ପେନ୍ କିଲରର ମାତ୍ରା ଅଧିକ ହେବା ଦ୍ୱାରା କିଡ଼ନିର ଥିବା କୋଷିକାଗୁଡ଼ିକ ନଷ୍ଟ ହୋଇଯାଇଥାଏ ।
୩. ଖାଇବା ପ୍ରସ୍ତୁତ ହେବା ପରେ ଯେଉଁ ଲୋକମାନେ ତା’ ଉପରେ ଲୁଣ ପକାଇ ଖାଇଥାନ୍ତି । ସେମାନଙ୍କୁ କିଡ଼ନି ଜଡ଼ିତ ସମସ୍ୟା ହେବାର ଆଶଙ୍କା ଅଧିକ ରହିଥାଏ । ଏହା ଦ୍ୱାରା ଶରୀରରୁ ସୋଡ଼ିୟମ ସହଜରେ ବାହାରି ନ ପାରି କିଡ଼ନି ଉପରେ ଖରାପ ପ୍ରଭାବ ପକାଇଥାଏ ।
୪. କିଛି ଲୋକଙ୍କୁ ପରିସ୍ରା ଲାଗିଲେ ସେମାନେ ପରିସ୍ରାକୁ ରୋକି ଦେଇଥାନ୍ତି । ଯାହାଦ୍ୱାରା କିଡ଼ନି ଷ୍ଟୋନ ହେବାର ସମସ୍ୟା ଦେଖା ଯାଇଥାଏ ।

Comments are closed.