ସ୍ୱାମୀ ନା ରାକ୍ଷସ! ଶାରୀରିକ ସର୍ମ୍ପକ ରଖିବାକୁ ମନା କରିବାରୁ ସ୍ତ୍ରୀ ଓ ଦୁଇ ଛୁଆକୁ ଜାଳିଦେଲା ଜହ୍ଲାଦ ସ୍ୱାମୀ, ଆଖି ବୁଜିବା ପୂର୍ବରୁ ସ୍ତ୍ରୀ କହିଲା ଲୋମଟାଙ୍କୁରା କାହାଣୀ

44

ତାମିଲନାଡୁର ସଲେମ ଜିଲ୍ଲାରେ ସ୍ତ୍ରୀ ଶାରୀରିକ ସଂପର୍କ ନ ରଖିବାରୁ ରାଗରେ ସ୍ୱାମୀ ଜିଅନ୍ତା ଜାଳିଦେବା ଘଟଣାକୁ ନେଇ ସେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ସ୍ତ୍ରୀ ସମତେ ନିଜ ପୁଅ-ଝିଅଙ୍କୁ ମଧ୍ୟ ଅଭିଯୁକ୍ତଜଣଙ୍କ ଜିଅନ୍ତା ଜାଳି ଦେଇଥିବା ସୂଚନା ମିଳିଛି । ଏହି ଘଟଣାଟି ଗତ ମଙ୍ଗଳବାର ଘଟିିଥିବା ବେଳେ ଶନିବାର ପୀଡ଼ିତା ଏବଂ ତାଙ୍କ ଝିଅ ମୃତ୍ୟୁବରଣ କରିଥିବା ସାମ୍ନାକୁ ଆସିଛି । କିନ୍ତୁ ଏହା ପୂର୍ବରୁ ଶୁକ୍ରବାର ପୀଡ଼ିତା ପୁଲିସକୁ ସ୍ୱାମୀର ଅସଲ ଚେହେରା ବିଷୟରେ ଜଣାଇଥିଲେ । ପୀଡ଼ିତାଙ୍କ ବୟାନ ରେକର୍ଡ଼ ପରେ ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ସବୁଦିନ ଭଳି ଅଭିଯୁକ୍ତ କାର୍ତ୍ତିକ ଘରକୁ ଆସି ସ୍ତ୍ରୀ ପୁମଥିଙ୍କୁ ମାଡ଼ ମାରିଥିଲେ । ସବୁ ବେଳେ ନିଶାରେ ରହୁଥିବା କାର୍ତ୍ତିକ ମାଡ଼ ମାରିବା ପରେ ଶାରୀରିକ ସଂପର୍କ ରଖିବା ପାଇଁ ପୁମଥିଙ୍କୁ ବାଧ୍ୟ କରିଥିଲେ । କିନ୍ତୁ ପୁମଥି ମନା କରି ଦେଇଥିଲେ । ଏଥିରେ ରାଗି ଯାଇ କାର୍ତ୍ତିକ ନିଜ ପୁଅ-ଝିଅ ଏବଂ ପୁମଥିଙ୍କ ଉପରେ କିରୋସିନ୍ ଢ଼ାଳି ନିଆଁ ଲଗାଇ ଦେଇଥିଲେ । ପୀଡ଼ିତାଙ୍କ ପାଟି ଶୁଣି ପଡ଼ୋଶୀମାନେ ଆସି ପହଞ୍ଚିବା ବେଳକୁ ୩ଜଣଙ୍କ ଶରୀରର ଅଧାରୁ ଅଧିକ ପୋଡ଼ି ଯାଇଥିଲା । ଆହତମାନଙ୍କ ଅବସ୍ଥା ଗମ୍ଭୀର ହେଉଥିବା ଦେଖି ପଡ଼ୋଶୀ ୩ଜଣଙ୍କୁ ନେଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ତେବେ ଜହ୍ଲାଦ ସ୍ୱାମୀ କହିଥିଲା ଯେ, ଦୁଇ ପିଲାଙ୍କୁ ଧରି ସ୍ତ୍ରୀ ନିଜେ କିରୋସିନ ଢାଳି ହୋଇ ନିଆଁ ଲଗାଇ ଦେଇଥିଲା । କିନ୍ତୁ ମୃତ୍ୟୁ ପୂର୍ବରୁ ପୁମଥି ନିଜ ସ୍ୱାମୀର କଳା କାରାନାମା ପଦାକୁ ଆଣିଥିଲେ । ତାଙ୍କ ସହ ଶାରୀରିକ ସର୍ମ୍ପକ ନ ରଖିବାରୁ ସ୍ୱାମୀ କାର୍ତ୍ତିକ ଦୁଇ ଛୁଆ ସହିତ ମୋ ଉପରେ କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ ବୋଲି ପୋଲିସକୁ କହିଥିଲା । ଆଉ ଏହି ମୃତ୍ୟୁକାଳୀନ ଜମାନବନ୍ଦୀକୁ ଆଧାର କରି ସ୍ୱାମୀ କାର୍ତ୍ତିକକୁ ଗିରଫ କରିଛି ପୋଲିସ ।