କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲା ଦେଇଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ଅନ୍ତର୍ଗତ କମରେଇ ଗାଁ ପାଖରେ ଏକ ପ୍ରୋପେନ ବୋଝେଇ ଗ୍ୟାସ୍ ଟ୍ୟାଙ୍କର ଓଲଟି ପଡ଼ିବାରୁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ଦୁର୍ଘଟଣା ଯୋଗୁଁ କେହି ମୃତାହତ ହୋଇନଥିଲେ ହେଁ ଗ୍ୟାସ୍ ଲିକ୍ ହେଉଥିବାରୁ ଅଂଚଳରେ ଆତଙ୍କ ଖେଳିଯାଇଛି। ଗ୍ୟାସରୁ ଅଗ୍ନିକାଣ୍ଡ ଦୁର୍ଘଟଣାକୁ ଏଡ଼େଇବା ପାଇଁ ୬ଟି ଦମକଳ ଗାଡ଼ି ନିୟୋଜିତ କରାଯାଇଛି। ଏଥି ସହିତ ସୁରକ୍ଷା ଦୃଷ୍ଟିକୋଣରୁ ଘଟଣାସ୍ଥଳଠାରୁ ପ୍ରାୟ ୨ କିଲୋମିଟର ଦୂରତା ମଧ୍ୟରେ ୫ଟି ଗାଁରେ ରୋଷେଇ ବନ୍ଦ କରିଦିଆଯାଇଛି।