ଅନଶନରୁ ହଟିଲେ ଆଇଟିଇଆର ଛାତ୍ରଛାତ୍ରୀ ! କୁଳପତିଙ୍କ ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ

22

କନକ ବ୍ୟୁରୋ: ରାତିତମାମ ଧାରଣା ପରେ ଆମରଣ ଅନଶନରୁ ହଟିଲେ ପ୍ରତାରିତ ଛାତ୍ରଛାତ୍ରୀ । କୁଳପତିଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ହଟିଛି । କଲେଜ କତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଠକ ଅଛି । ୩ଟା ସୁଦ୍ଧା ଲିଖିତ ପ୍ରତିଶ୍ରୁତି ଦାବି କରିଛନ୍ତି ଛାତ୍ରଛାତ୍ରୀ ।

ରାତିତମାମ ଆଇଟିଇଆର କ୍ୟାମ୍ପସ ଆଗରେ ଛାତ୍ରଛାତ୍ରୀଙ୍କ ଧାରଣାରେ ବସିଥିଲେ । କ୍ୟାମ୍ପସ ଗେଟରେ ତାଲା ପଡିଥିବା ବେଳେ ବାହାରେ ପିଲାମାନେ ବିରୋଧ କରିଥିଲେ । ଆଜିି ମଧ୍ୟରେ କର୍ତୃପକ୍ଷ ଏଦିଗରେ କୌଣସି ପଦକ୍ଷେପ ନନେଲେ ଆଇନ୍ ଅମାନ୍ୟ କରାଯିବ ବୋଲି ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –