ଅଣାୟତ ହେଉଛି ଡେଙ୍ଗୁ : ବଡବିଲରେ ସ୍ଥିତି ଅନୁଧ୍ୟାନ ପାଇଁ ପହଂଚିଲା କଂଗ୍ରେସର ୪ ଜଣିଆ ପ୍ରତିନିଧି ଦଳ

33

ବଡବିଲ : ବ୍ୟାପୁଛି ଡେଙ୍ଗୁ ରୋଗ । ୫ରେ ପହଂଚିଛି ରାଜ୍ୟରେ ଡେଙ୍ଗୁ ମୃତ୍ୟୁଙ୍କ ସଂଖ୍ୟା । ଗତକାଲି ଏସସିବି ବଡ ଡାକ୍ତରଖାନାରେ ଜଗତସିଂହପୁରର ଚତୁର୍ଭୁଜ ପରିଡାଙ୍କ ମୃତ୍ୟୁ ହୋଇଥିଲା । ବର୍ତମାନ ସୁଦ୍ଧା କଟକ ବଡ ମେଡିକାଲରେ ୩ ଜଣଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଥିବା ବେଳେ ବଡବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ବଡବିଲରେ ଡେଙ୍ଗୁ ସ୍ଥିତି ଅନୁଧ୍ୟାନ ନେଇ କଂଗ୍ରେସର ଏକ ୪ ଜଣିଆ ପ୍ରତିନିଧି ଦଳ ଗସ୍ତ କରିଥିବା ଜଣାପଡିଛି । ବଡବିଲର ବିିଭିନ୍ନ ୱାର୍ଡ ବୁଲି ଡେଙ୍ଗୁ ସ୍ଥିତି ଅନୁଧ୍ୟାନ କରିବ ଦଳ ।