ବିମୁଦ୍ରାକରଣର ବର୍ଷକ ପରେ ପୁଣି ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା ! କହିଲେ, ନୋଟବନ୍ଦୀ ବିରୋଧରେ ନାହିଁ କାହାର ଅସନ୍ତୋଷ

32

କନକ ବ୍ୟୁରୋ: ବିମୁଦ୍ରାକରଣର ବର୍ଷକ ପରେ ଏହି ପ୍ରସଙ୍ଗରେ ପୁଣି ଥରେ ମୁହଁ ଖୋଲିଛନ୍ତି ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା । ସେ କହିଛନ୍ତି ଯେ ବିମୁଦ୍ରାକରଣକୁ ସମର୍ଥନ କରିଥିବାରୁ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଛି । ଏପରିକି ତାଙ୍କୁ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ନାଁ ଦେଇ କଟାକ୍ଷ ମଧ୍ୟ କରାଯାଇଛି ।

କିନ୍ତୁ ସେ ଜଣେ ବି ଲୋକ ଏମିତି ପାଇନାହାନ୍ତି ଯିଏ ବିମୁଦ୍ରାକରଣକୁ ବିରୋଧ କରୁଛନ୍ତି । ମାସରେ ପ୍ରାୟ ୧୨ ଦିନ ସେ ନିଜ ନିର୍ବାଚନମଣ୍ଡଳୀରେ କାଟୁଥିବା ବେଳେ ଜଣେ କାହାକୁ ନୋଟ୍ ବନ୍ଦୀର ବିରୋଧ କରିବା ଦେଖିନାହାନ୍ତି । ସଂସଦରେ ୧୭ ବର୍ଷରୁ ଅଧିକ କଟାଇ ସାରିଥିଲେ ବି ଜଣେ ବାହାର ଲୋକ ଭଳି ଅନୁଭବ କରୁଥିବା କହିଛନ୍ତି ବୈଜୟନ୍ତ ।