ବିଧାନସଭା ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ: ଦିବଂଗତ ନେତା ଓ ସହିଦ ଯବାନଙ୍କ ବିୟୋଗରେ ଶୋକପ୍ରକାଶ କଲେ ନବୀନ

121

କନକ ବ୍ୟୁରୋ: ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭରେ ଗୃହରେ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ବିଜୟ ପାଇଁ ବିଧାୟକମାନଙ୍କୁ ଶୁଭେଛା ଜଣାଇବା ସହ ଶାନ୍ତିଶୃଙ୍ଖଳାର ସହି କାର୍ଯ୍ୟକାଳ ଶେଷ କରିବାକୁ ଅନୁରୋଧ କରିଛନ୍ତି । ଏହା ସହିତ ଫୋନିର ଭୟବହତା ବଖାଣିବା ସହ ସଫଳ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ସାବାସି ଦେଇଛନ୍ତି । କାଳିଆ ଯୋଜନାକୁ ପ୍ରଶଂସା କରିଛନ୍ତି । ଏହି ଯୋଜନା ଦ୍ୱାରା କୃଷକ ଓ ଭୂମିହୀନ ଉପକୃତ ହୋଇଥିବା କହିଛନ୍ତି ।

ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସୁବିଧା ମିଳୁଛି ।ମହିଳାଙ୍କ ସଶକ୍ତିକରଣ ତାଙ୍କ ବିକାଶର ମୂଳମନ୍ତ୍ର । ମିଶନ ଶକ୍ତି ଯୋଜନାରେ ମହିଳାଙ୍କୁ ବିନା ସୁଧରେ ଋଣ ମିଳୁଛି ।ପ୍ରତି ପଂଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ହେବ ।ଏସଏଚଜିଙ୍କୁ ବିନା ସୁଧରେ ୫ ଲକ୍ଷା ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ ବୋଲି କହିଛନ୍ତି ରାଜ୍ୟପାଳ । ବିଧାନସଭାର କାର୍ଯ୍ୟସୂଚୀ ଅନୁସାରେ ଆସନ୍ତା ୨୬ ତାରିଖରେ ଉପବାଚସ୍ପତି ନିର୍ବାଚନ ନେଇ ଘୋଷଣା ହେବ ଏବଂ ୨୭ ତାରିଖରେ ନିର୍ବାଚନ ହେବ । ୨୮ ତାରିଖରେ ନୂଆ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ।

ତେବେ ରାଜ୍ୟପାଳଙ୍କ ଅଭିଭାଷଣ ପରେ ଗୃହରେ ଅଭିଭାଷଣ ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦିବଂଗତ ନେତାଙ୍କ ପାଇଁ ଶୋକପ୍ରକାଶ କରିଥିଲେ । ଏଥିସହ ସହିଦ ହୋଇଥିବା ଯବାନଙ୍କ ବିୟୋଗରେ ଶୋକ ପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ପରେ ବିରୋଧି ଦଳ ନେତା ତଥା ବିଜେପି ବିଧାୟକ ପ୍ରଦୀପ୍ତ ନାୟକ ଦିବଂଗତ ନେତାଙ୍କ ପାଇଁ ଶୋକ ପ୍ରକାଶ କରିବା ସହିତ ବିଗତ ଦିନରେ ସେମାନଙ୍କ ସହ ବିତାଇଥିବା କିଛି ମୁହୁର୍ତ୍ତର କଥା କହିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରିସିଂହ ମିଶ୍ର ମଧ୍ୟ ଶୋକ ପ୍ରକାଶ କରିଥିଲେ ।