ବାଜପେୟୀଙ୍କ ବିୟୋଗରେ ଭୁଲ୍ ଫଟୋ ଟ୍ୱିଟ୍ କଲା ଚୀନ ସମ୍ବାଦ ଏଜେନ୍ସି : ସି ଜିନପିଙ୍ଗଙ୍କ ସ୍ଥାନରେ ଜ୍ୟାକି ଚେନ୍ ର ଫଟୋ ପୋଷ୍ଟ କରି ମଜାକ୍ ଉଡାଇଲେ ଲୋକ

38

ରାଜଧାନୀ ଦିଲ୍ଲୀର ଏମ୍ସରେ ଗୁରୁବାର ଦିନ ସନ୍ଧ୍ୟାରେ ୯୩ ବର୍ଷ ବୟସରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ହୋଇଯାଇଛି । ଏହାପରେ ତାଙ୍କୁ ଶ୍ରଦ୍ଧାଂଜଳି ଦେବା ପାଇଁ ସମସ୍ତ ଜାଗାରୁ ଧାଡି ଲାଗିଲା । ଦେଶ ଓ ବିଦେଶରୁ ତାଙ୍କୁ ଶ୍ରଦ୍ଧାଂଜଳି ଦିଆଗଲା । ଏହି କ୍ରମରେ ଚୀନର ସରକାରୀ ଏଜେନ୍ସି ଶିହ୍ନୁଆ ଏକ ବଡ଼ ଭୁଲ କରିଦେଲା ।

ଶିହ୍ନୁଆ ଟ୍ୱିଟ୍ କରି ଲେଖିଲା, ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ୯୩ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି । କିନ୍ତୁ ଏହି ସମୟରେ ସେ ଫଟୋ ଲଗାଇବାରେ ବଡ଼ ଭୁଲ କରିଦେଲା । ଏହି ଏଜେନ୍ସି ବାଜପେୟୀଙ୍କ ସ୍ଥାନରେ ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଂଡିଜ୍ ଙ୍କ ଫଟୋ ପୋଷ୍ଟ କରିଥିଲା । ଏହାପରେ ଲୋକମାନେ ଶିହ୍ନୁଆକୁ ଟ୍ରୋଲ କରିବା ଆରମ୍ଭ କରିଦେଲେ । କେତେକ ଲୋକ ଶିହ୍ନୁଆକୁ ଜବାବ ଦେବା ପାଇଁ ରାଷ୍ଟପତି ସି ଜିନପିଙ୍ଗଙ୍କ ସ୍ଥାନରେ ଜ୍ୟାକି ଚେନ୍ ର ଫଟୋ ଲଗାଇ ପୋଷ୍ଟ କଲେ । କିଛି ସମୟ ପରେ ଯେତେବେଳେ ଏଜେନ୍ସି ଜାଣିଲା , ଟ୍ୱିଟ ଡିଲିଟ୍ କରିଦେଲା ।