ଧାନର ଏଫଏକ୍ୟୁ ମାନ ଯାଂଚ କଲା କେନ୍ଦ୍ର କ୍ୱାଲିଟ୍ କଂଟ୍ରୋଲ ବୋର୍ଡ । ଗଂଜାମ ଜିଲ୍ଲାର ବିଭିନ୍ନ ଅଂଚଳରୁ ନମୂନା ସଂଗ୍ରହ ଓ ଚାଷୀଙ୍କ ସହ ଆଲୋଚନା

15

କନକ ବ୍ୟୁରୋ: ଧାନର ଏଫକ୍ୟୁ ମାନ ଯାଂଚ କଲା କେନ୍ଦ୍ର କ୍ୱାଲିଟ୍ କଂଟ୍ରୋଲ ବୋର୍ଡ । ଅଦିନିଆ ବର୍ଷା ଓ ପୋକ ଯୋଗୁଁ ଚଳିତ ବର୍ଷ ଧାନର ମାନ କମିଯାଇଥିବା ବେଳେ ମଣ୍ଡିରେ ଧନ କିଣିବାକୁ ଅମଙ୍ଗ ହେଉଛନ୍ତି ମିଲର । ଏନେଇ ଅନେକ ସମୟରେ ଖବର ଆସୁଛି । ଧାନର ଏଫଏକ୍ୟୁ ମାନ କମିଯାଇଥିବା ବେଳେ ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସରକାର ।

ଏହାକୁ ଭିତ୍ତି କରି ଓଡିଶା ଗସ୍ତରେ ଆସିଛନ୍ତି  କେନ୍ଦ୍ର କ୍ୱାଲିଟ୍ କଂଟ୍ରୋଲ ବୋର୍ଡର ଏକ ପ୍ରତିନିଧି ଦଳ । ବୋର୍ଡ ସହକାରୀ ନିର୍ଦେଶକ ଏନ.ସି ରାନାଡେଙ୍କ ନେତୃତ୍ୱରେ ଆସିଥିବା ଟିମ୍ ଗଂଜାମ ଜିଲ୍ଲାର ବିଭିନ୍ନ ଅଂଚଳରେ ବୁଲି ଧାନ ସଂଗ୍ରହ କରିବା ସହ ଚାଷୀଙ୍କ ଆଲୋଚନା କରିଛନ୍ତି । ଏହି ଟିମ୍ ପ୍ରଥମେ ନବରଙ୍ଗପୁର, ରାୟଗଡା, କୋରାପୁଟ, ଗଜପତି ଜିଲ୍ଲା ପରିଦର୍ଶନ କରିବା ପରେ ଗତ ଦୁଇ ଦିନ ଧରି ଗଂଜାମ ଜିଲ୍ଲାର ବିଭିନ୍ନ ଅଂଚଳ ପରିଦର୍ଶନ କରିଛନ୍ତି ।

ହିଂଜିଳି, ପୁରୁଷୋତମପୁର, ଚିକିଟି ପାତ୍ରପୁର, ଛତ୍ରପୁର ଆଦି ବ୍ଲକରେ ବୁଲିଥିଲେ କେନ୍ଦ୍ରୀୟ ଟିମ୍ । ଏସବୁ ଅଂଚଳରେ ଚାଷୀଙ୍କ ଠାରୁ ନମୂନା ପାଇଁ ଧାନ ସଂଗ୍ରହ କରିଛନ୍ତି । ନମୂନା ପରୀକ୍ଷା କରାଯିବା ପରେ ଏନେଇ ଏକ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ ବୋଲି କହିଛି କେନ୍ଦ୍ରୀୟ ଟିମ୍ ।