କମିବ ଡାଇବେଟିସ, ଏଚଆଇଭି ଓ ଛାତି ରୋଗ ଭଳି ଔଷଧର ଦାମ୍: କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

102

କନକ ବ୍ୟୁରୋ: ଡାଇବେଟିସ୍, ଏଚଆଇଭି ସଂକ୍ରମଣ, ମାନସିକ ବିଷାଦ, ଛାତିରେ କଷ୍ଟ ହେବା ଓ ଜୀବାଣୁ ଦ୍ୱାରା ବ୍ୟାପୁଥିବା ସଂକ୍ରମଣ ଭଳି ରୋଗରେ ଯଦି ପୀଡିତ, ତେବେ ସରକାର ଆଣିଛନ୍ତି ନୂଆବର୍ଷ ଭେଟି । ୫୦ଟି ଅତ୍ୟାବଶ୍ୟକୀୟ ଔଷଧର ଦରକୁ କମାଇ ଦେଇଛି ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍ସ ପ୍ରାଇସିଙ୍ଗ ଅଥରିଟି ବା ଏନପିପିଏ । ପାଖାପାଖି ୫ରୁ ୪୪% ଯାଏଁ କମିଛି ଦର । ଏଥିସହିତ ୨୯ଟି ଔଷଧର ମìଲ୍ୟ ନିୟନ୍ତ୍ରଣକୁ ଅଣାଯାଇଛି ।

ଏବାବଦରେ ଏନପିପିଏ ଅଧ୍ୟକ୍ଷ ଭୁପେନ୍ଦ୍ର ସିଂ ସୂଚନା ଦେଇ କହିଛନ୍ତି, ୫ ରୁ ୪୪% ଯାଏଁ ବିଭିନ୍ନ ଔଷଧର ଦରକୁ କମାଯାଇଥିବା ବେଳେ ହାରାହାରି କମିଛି ୨୫ ପ୍ରତିଶତ । ଚଳିତ ଆର୍ଥିକ ବର୍ଷରେ ଏଯାଏଁ ୪୦୦ ରୁ ଅଧିକ ଔଷଧର ମìଲ୍ୟ ହ୍ରାସ ପାଇଛି । ଏନପିପିଏ କହିଛି, ଔଷଧ ଉତ୍ପାଦନକାରୀ ସଂସ୍ଥା ନିର୍ଦ୍ଧାରିତ ମìଲ୍ୟଠାରୁ ଅଧିକ ଟଙ୍କା ନେଇପାରିବେ ନାହିଁ ।

ଯଦି କଂପାନୀମାନେ ବିକ୍ରିମୁଲ୍ୟ ଓ ନିୟମକୁ ପାଳନ ନକରନ୍ତି ଲୋକଙ୍କଠାରୁ ଅସୁଲି କରିଥିବା ଅଧିକ ଟଙ୍କାକୁ ଜମା କରିବାକୁ ହେବ । ଡ୍ରଗ୍ସ ପ୍ରାଇସ୍ କଂଟ୍ରୋଲ୍ ଆମେଂଡମେଂଟ ଅର୍ଡର ୨୦୧୬ ବଳରେ ସିଡ୍ୟୁଲ-୧ ଅଧୀନରେ ଆସୁଥିବା ୫୫ ଟି ଔଷଧର ଦର କମାଇଛି । ସେହିଭଳି ଡିପିସିଓ ୨୦୧୩ ଅନୁସାରେ ୨୯ଟି ଔଷଧର ଦରକୁ ନିୟନ୍ତ୍ରଣ କରାଯାଇଛି । ବଡ କଥା ହେଉଛି ଯେଉଁ ମିଡିସିନ୍ ସବୁ ଏନପିପିଏ ନିୟନ୍ତ୍ରଣକୁ ଆସିନି, କଂପାନୀମାନେ ସେସବୁ ଔଷଧର ମୂଲ୍ୟ ବର୍ଷକୁ ୧୦% ବଢାଇପାରିବେ ।