ରାଜଧାନୀରେ ଷଣ୍ଢ ଆତଙ୍କ : ଫୁଲ ତୋଲିବାକୁ ଯାଇଥିବା ବେଳେ ମାରଣା ଷଣ୍ଢ ଆକ୍ରମଣରେ ମହିଳା ମୃତ

445

କନକ ବ୍ୟୁରୋ : ଭୁବନେଶ୍ୱରେ ଷଣ୍ଢ ଆତଙ୍କ  । ଷଣ୍ଢ ଆକ୍ରମଣରେ ମହିଳାଙ୍କ ମୂତ୍ୟୁ  । ଭୁବନେଶ୍ୱର ନୁଆଗାଁ  ଅଞ୍ଚଳରେ ଘଟିଛି ଏଭଳି ଘଟଣା  । ବଢି ଭୋରରୁ ଫୁଲ ତୋଲିବାକୁ ଯାଇଥିବା ଅବନୀ ବରାଳ ନାମକ ମହିଳାଙ୍କୁ  ଆକ୍ରମଣ କରିଥିଲା ଷଣ୍ଢ  । ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନେବା ପୂର୍ବରୁ ମୂତ୍ୟୁୁ ଘଟିଛି  ।

ସେପଟେ ଷଣ୍ଢକୁ କାବୁ କରିଛନ୍ତି ସ୍ଥାନୀୟ ଲୋକେ । ଫୁଳ ତୋଳିବାକୁ ଯାଇଥିବା ବେଳେ ଷଣ୍ଢ ଆକ୍ରମଣ କରିଥିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଥିବା ବେଳେ ଷଣ୍ଢ ସିଗଂରେ ମହିଳାଙ୍କ  ପିନ୍ଧା ଶାଢ଼ୀ ରହିଥିବାର ଦେଖିବାକୁ ମିଳିଛି । କିଛି ଦିନ ଧରି ଷଣ୍ ଟି ପାଗଳ ହୋଇଥିବା ବେଳେ ଅନେକ ଲୋକଙ୍କୁ ଆକ୍ରମଣ କରିଥିବାର ଲୋକେ କହିଛନ୍ତ । ଏଥିନେଇ ଧଉଳି ଥାନାରେ ଏକ ମାମାଲା ରୁଜୁ ହୋଇଛି ।