ମହିଳାକାର୍ଡ ଖେଳିଥିଲେ ନବୀନ, ସମ୍ମାନ ରକ୍ଷା କଲେ ମଞ୍ଜୁଳା ସ୍ୱାଇଁ, ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୨୬ ହଜାର ୮୪୮ ଖଣ୍ଡ ଭୋଟ୍ ବ୍ୟବଧାନରେ ହରାଇ କଲେ ‘ଶଙ୍ଖ’ ନାଦ ।

122

କନକ ବ୍ୟୁରୋ: ଆସ୍କା ବିଧାନସଭା ଆସନରେ ବିଜେଡିର ବାଜିମାତ୍  । ବିଜେପି ପ୍ରାର୍ଥୀ ଦେବରାଜ ମହାନ୍ତିଙ୍କୁ ୨୬ ହଜାର ୮୪୮ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରି ବିଜୟ ଧ୍ୱଜା ଉଡାଇଲେ ବିଜେଡି ପ୍ରାର୍ଥୀ ମଞ୍ଜୁଳା ସ୍ୱାଇଁ । ଅନ୍ୟପଟେ ଗୋଟିଏ ପରେ ଗୋଟିଏ ବିଧାନସଭା ଆସନକୁ ନିଜ କବଜାକୁ ନେବାରେ ଲାଗିଛି ବିଜେଡି ।

ଅନ୍ୟପଟେ ବୃହତ ଭୋଟ୍ ବ୍ୟବଧାନରେ ବିଭିନ୍ନ ଆସନରେ ବିଜୟୀ ହେଉଥିବା ବିଜେଡି ଶିବିରରେ ଏବେ ଖୁସିର ଲହରି ଖେଳିଯାଇଛି । ବିଶେଷ କରି ମହିଳାଙ୍କ ଉପରେ ଗୁରୁତ୍ୱ ଦେଇ ନବୀନ ନେଇଥିବା ନିଷ୍ପତିର ସମ୍ମାନ ରଖି ବିଜେଡି ବିଜୟ ବାନା ଉଡ଼ାଛନ୍ତି ମଞ୍ଜୁଳା । ଯାହାକି ବିଜେଡି ଶିବିରରେ ଉତ୍ସାହ ଭରି ଦେଇଛି ।