ଉନ୍ମୋଚନ ହେଲା ବିଜୁ ବାବୁଙ୍କ ଦୁଃସାହସିକ କାହାଣୀ ଓ ଦେଶପ୍ରେମକୁ ନେଇ ପୁସ୍ତକ ‘ଭାରତର ବରପୁତ୍ର- ବିଜୁ ପଟ୍ଟନାୟକ’!

46

କନକ ବ୍ୟୁରୋ : “ଭାରତର ବରପୁତ୍ର- ବିଜୁ ପଟ୍ଟନାୟକ’’ ଶୀର୍ଷକ ଏକ ପୁସ୍ତକକୁ ମଙ୍ଗଳବାର ସନ୍ଧ୍ୟାରେ ଉନ୍ମୋଚନ କରିଛନ୍ତି ମନ୍ତ୍ରୀ ଦାମୋଦର ରାଉତଙ୍କ ସହ ମାନ୍ୟଗଣ୍ୟ ଅତିଥିବୃନ୍ଦ । ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତିଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକରେ ବିଜୁ ବାବୁଙ୍କ ପିଲାବେଳରୁ ଶେଷ ପର୍ଯ୍ୟନ୍ତ ଜୀବନର ଦୁଃସାହସିକ କାହାଣୀ ଓ ଦେଶପ୍ରେମ ଉଲ୍ଲେଖ ରହିଛି । ବହିର ସମୀକ୍ଷା କରି ଏକଥା କହିଛନ୍ତି ସାହିତ୍ୟିକ ବିଭୂତି ପଟ୍ଟନାୟକ । ଉତ୍ସବରେ ସମ୍ମାନିତ ଅତିଥି ରୂପେ ଯୋଜନା ବୋର୍ଡର ଉପାଧ୍ୟକ୍ଷ ବିଷ୍ଣୁ ଦାସ, ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ, ସମାଜ ପରିଚାଳନା ବୋର୍ଡର ଅଧ୍ୟକ୍ଷ ଦୀପକ ମାଲବ୍ୟ, କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ସାମ୍ବାଦିକ ବସନ୍ତ ଦାସ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଆର୍ଯ୍ୟ ଜ୍ଞାନେନ୍ଦ୍ର ।