କନକ ବ୍ୟୁରୋ : ସିଲ୍କ ସିଟିରେ ଏନକାଉଁଟର । ପୋଲିସ ଗୁଳିରେ ଆହତ ହୋଇଛନ୍ତି ଦୁଇ ମୋଷ୍ଟ ୱାଂଟେଡ୍ ଅପରାଧୀ। ଉଭୟଙ୍କ ଗୋଡରେ ଗୁଳି ବାଜିଛି। ଅପରାଧୀ ମାନେ ହେଲେ ଦୀପକ ମଣ୍ଡଳ ଏବଂ ଅଷ୍ଟମ ମଣ୍ଡଳ। ଦୀପକକୁ ଗୋଳନ୍ଥରା ନିକଟ ଭୈରବୀ ନିିକଟରେ ଏନକାଉଁଟର କରାଯାଇଛି। ତାଠାରୁ ପିସ୍ତଲ ଓ ଗୁଳି ଜବତ ହୋଇଛି
Kanak News is now on WhatsApp
Join and get latest news updates delivered to you via WhatsApp
ଏହାପରେ ଦୀପକର ସହଯୋଗୀ ଅଷ୍ଟମ ମଣ୍ଡଳକୁ ବି ଏନକାଉଁଟର କରିଛି ପୋଲିସ। ଗୋପାଳପୁର ଥାନା ପଥରା ନିକଟରେ ପୋଲିସ ତାକୁ ଏନକାଉଁଟର କରିଛି। ତାଠାରୁ ମଧ୍ୟ ଏକ ପିସ୍ତଲ ଓ ଗୁଳି ଜବତ ହୋଇଛି। ପଂଜାବ ଓ ପଶ୍ଚିମବଙ୍ଗରେ ଉଭୟ ଅପରାଧୀ ମୋଷ୍ଟ ୱାଂଟେଡ ଥିଲେ।
ଉଭୟଙ୍କ ନାଁରେ ଏକାଧିକ ଚୋରୀ, ଲୁଟ ଓ ରାହାଜାନୀ ଭଳି ଅନେକ ଅପରାଧିକ ମାମଲା ରହିଛି। ଦୁଇ ଅପରାଧୀ ପଶ୍ଚିମବଙ୍ଗ ମୁର୍ସିଦାବାଦର ବୋଲି ଜଣାପଡିଛି । ଏମାନେ ଏକ ଠିକା ସଂସ୍ଥା ସହାୟତାରେ ବ୍ରହ୍ମପୁରରେ ଏକ ଘରୋଇ ଇଂଜିନିୟରିଂ କଲେଜରେ କାମ କରୁଥିଲେ । ଦିନବେଳା ଶ୍ରମିକ ଭାବେ କାମ କରୁଥିବାବେଳେ ରାତିରେ ବଭିନ୍ନ ଅପରାଧିକ ମାମଲାରେ ଲିପ୍ତ ରହୁଥିବା ପୋଲିସ ସୂତ୍ରରୁ ଜଣାପଡିଛି।
ଏହା ସହ ଦେଖନ୍ତୁ ଏହି ଭିଡିଓ –