କୋଣାର୍କର କଳା ହରଣ କଲା କି ଏଏସଆଇ? ସାମ୍ନାକୁ ଆସିଲା କୋଣାର୍କର ସତ । କାରୁକାର୍ଯ୍ୟପୂର୍ଣ୍ଣ ପଥର ସ୍ଥାନରେ ଲାଗିଛି ସାଧା ପଥର, ସ୍ଥିତି ପରଖିଲା କନକ ନ୍ୟୁଜ୍

342

କନକ ବ୍ୟୁରୋ : ଧରାପଡ଼ିଲା ଭାରତୀୟ ପ୍ରତ୍ନତତ୍ୱ ବିଭାଗର ମିଛ । କାରୁକାର୍ଯ୍ୟପୂର୍ଣ୍ଣ ସ୍ଥାନରେ ଲାଗିଛି ସାଧା ପଥର । ଆଉ ଲୁହାଭାରା ହଟିଯିବା ପରେ ସାଧା ପଥର ଏବେ ସ୍ପଷ୍ଟ ଦେଖାଯାଉଛି । ସୋସିଆଲ ମିଡ଼ିଆରେ କୋଣାର୍କର ଫଟୋ ଭାଇରାଲ ହେବା ପରେ ସ୍ଥିତି ପରଖିବା ପାଇଁ କୋଣାର୍କ ମନ୍ଦିରରେ ପହଂଚିଥିଲା କନକ ନ୍ୟୁଜ୍ ଟିମ୍ ।

ଦୂରରୁ ଦେଖାଯାଉଥିବା କୋଣାର୍କ ଏବଂ ପାଖରୁ ଦେଖାଯାଉଥିବା ଐତିହ୍ୟ ଭିତରେ ରହିଛି ଏକ ବଡ଼ ତଫାତ୍ । କାରଣ, କାରୁକାର୍ଯ୍ୟପୂର୍ଣ୍ଣ ପଥର ସ୍ଥାନରେ ସ୍ପଷ୍ଟ ଦେଖାଯାଉଛି ସାଧା ପଥର । ସୋସିଆଲ ମିଡ଼ିଆରେ କୋଣାର୍କର ଫଟୋ ଚିତ୍ର ଭାଇରାଲ ହେବା ପରେ ବ୍ଲାକ୍ ପାଗୋଡ଼ାର ସ୍ଥିତି ପରଖିଛି କନକ ନ୍ୟୁଜ୍ । ବଡ଼ କଥା ହେଉଛି-ବିନା କଳାର କୋଣାର୍କକୁ ନେଇ, ପର୍ଯ୍ୟଟକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅସନ୍ତୋଷ । ସେମାନଙ୍କର କହିବାର କଥା ହେଲା, ଦିନକୁ ଦିନ କାରୁକାର୍ଯ୍ୟପୂର୍ଣ୍ଣ କୋଣାର୍କ ଶ୍ରୀହୀନ ଲାଗିଛି । ତେଣୁ ଏନେଇ ଏଏସଆଇ କୃର୍ତପକ୍ଷକୁ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ।

ଏପଟେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଥିବା ଫଟୋ ଉପରେ ଟ୍ୱିଟ୍ ଜରିଆରେ ଏକ ସ୍ପଷ୍ଟ କରଣ ରଖିଛି ଏଏସଆଇ । ଯେଉଁଥିରେ କୁହାଯାଇଛି-କାରୁକାର୍ଯ୍ୟ ଲୁପ୍ତ ହୋଇଯାଇଥିବା ସ୍ଥାନରେ କେବଳ ସାଧା ପଥର ଲାଗିଛି । ସେହିପରି କୌଣସି କାରୁକାର୍ଯ୍ୟପୂର୍ଣ୍ଣ ପଥର ହଟାଯାଇ ନାହିଁ ବୋଲି ଏଥିରେ ସୂଚନା ଦିଆଯାଇଛି । ଆଉ ଏସବୁ ଭିତରେ କିନ୍ତୁ ଯେତେବେଳେ କୋଣାର୍କରୁ ଲୁହା ଭାରା ହଟାଯାଇଛି, ଏକ ପ୍ରକାର ଶ୍ରୀହିନ ଦେଖାଯାଉଛି । ଐତିହ୍ୟସ୍ଥଳର ସଂରକ୍ଷଣରେ ସମସ୍ୟାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଆମିକସ୍ କ୍ୟୁରି ନିଯୁକ୍ତ କରିଥିଲେ । ଆଉ ଆମିକସ୍ କ୍ୟୁରିଙ୍କ ଅନୁଧ୍ୟାନ କରି କେନ୍ଦ୍ରୀୟ ରିପୋର୍ଟ ଅନୁଯାୟୀ କୋଣାର୍କରୁ ଲୁହା ପାଇପ୍ ମୁକ୍ତ କରି କଳଙ୍କ ପ୍ରତିରୋଧ ବିମ୍ ଲଗାଇବାର ପ୍ରକ୍ରିୟା ଆରମ୍ଭ ହୋଇଛି । ହେଲେ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତି ଓ ପଥର ବଦଳରେ ସାଧା ପଥର ଲାଗିଥିବାରୁ ଏହା ପର୍ଯ୍ୟଟକଙ୍କୁ ନିରାଶ କରିଛି ।