ସିଟ୍ ବେଲ୍ଟରେ ଟ୍ୟାଗ୍ ନମ୍ବର ନ ଥିବାରୁ ଏୟାର୍ ଇଣ୍ଡିଆ ବିମାନ ଉଡ଼ାଣକୁ ବନ୍ଦ କଲା ଆମେରିକା

31

କନକ ବ୍ୟୁରୋ: ଶୁକ୍ରବାର ଦିନ ଆମେରିକୀୟ ଏୟାର୍ ସେଫ୍ଟି ରେଗୁଲେଟର୍ କେତେକ ସିଟ୍ ବେଲ୍ଟରେ ଟ୍ୟାଗ୍ ନମ୍ବର ନ ଥିବାରୁ ଚିକାଗୋରୁ ଭାରତ ଅଭିମୁଖେ ଉଡ଼ାଣ ଆରମ୍ଭ କରିବାକୁ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନକୁ ଅଟକାଇ ଥିଲେ ।

ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରାସନ୍ ପକ୍ଷରୁ ଅଚାନକ ଯାଞ୍ଚ କରାଯିବାରୁ ଦେଖାଗଲା, ଦିଲ୍ଲୀ ଅଭିମୁଖେ ବାହାରିଥିବା ବୋଇଙ୍ଗ୍ ୭୭୭ (ଭିଟି-ଏଏଲକେ)ର ଅନେକ ସିଟରେ ଲାଗିଥିବା ବେଲ୍ଟରେ ବାଧ୍ୟତାମୂଳକ ଟ୍ୟାଗରେ ଟେକନିକାଲ୍ ଷ୍ଟାଣ୍ଡାର୍ଡ ଅର୍ଡର୍ ନମ୍ବର ନାହିଁ । ଯଦିବା ଏହା ନିରାପତ୍ତା ମାମଲା ନୁହେଁ, ତଥାପି ଏଫଏଏ ଯାତ୍ରୀପୂର୍ଣ୍ଣ ଥିବା ଏହି ବିମାନକୁ ଉଡ଼ିବା ପାଇଁ ମନା କରିଥିଲା ।

ଶେଷରେ ନ୍ୟୁୟର୍କରେ ଥିବା ଏୟାର ଇଣ୍ଡିଆର ଅନ୍ୟ ଏକ ବିମାନରୁ ଆବଶ୍ୟକ ସିଟ୍ ବେଲ୍ଟ ଖୋଲା ହୋଇ ଆସି ବିମାନରେ ଲଗା ଯିବାରୁ ଏଫଏଏ ଉଡ଼ାଣ ପାଇଁ ଅନୁମତି ଦେଇଥିଲା ।