ଖେଳୁ ଖେଳୁ ୭୦ ଫୁଟ ଗଭୀର ବୋରୱେଲ ଭିତରେ ଗଳି ପଡିଲା ୨ ବର୍ଷର ଶିଶୁ ! ଜାଣନ୍ତୁ କେମିତି ହେଲା ଉଦ୍ଧାର ।

144

ଖେଳୁଥିବା ସମୟରେ ଗଭୀର ବୋରୱେଲ ଭିତରକୁ ଖସିପଡିଲା ଶିଶୁ । ମଧ୍ୟପ୍ରଦେଶର ସିଙ୍ଗରୋଲି ଜିଲ୍ଲାରେ ୭୦ଫୁଟ ବୋରୱେଲ ଭିତରେ ଖେଳଖେଳୁ ୨ ବର୍ଷର ଶିଶୁ ଗଳି ପଡିଥିବା ଖବର ମିଳିଛି। ଘଟଣା ସମ୍ପର୍କରେ ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି, ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରି, ଶିଶୁକୁ ଜୀବିତ ଅବସ୍ଥାରେ ଉଦ୍ଧାର ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିଲେ।

ସୂଚନାଯୋଗ୍ୟ, ଏଭଳି ଏକ ଘଟଣା ମଧ୍ୟପ୍ରଦେଶ ସିଙ୍ଗରୋଲି ଜିଲ୍ଲାର କେରହର ଗାଁରେ ଘଟିଛି । ଶିଶୁଟି ରବିବାର ସକାଳେ ଖେଳୁଥିବା ସମୟରେ ହଠାତ୍ ୭୦ଫୁଟର ବୋରେଓ୍ଵଲ ଭିତରେ ଗଳି ପଡ଼ିଥିଲା। ବୋରୱେଲଟି ୭୦ଫୁଟ ଗଭୀର ଥିବାରୁ ପରିବାରଲୋକେ ଶିଶୁକୁ ତା’ଭିତରୁ ବାହାର କରିବାରେ ଅସଫଳ ରହିଥିଲେ। ଫଳରେ ଆଖପାଖର ଲୋକେମାନେ ତୁରନ୍ତ ଏନେଇ ଉଦ୍ଧାରକାରୀ ଦଳଙ୍କୁ ଖବର ଦେଇଥିଲେ। ବହୁ ଚେଷ୍ଟା ପରେ ଉଦ୍ଧାରକାରୀ ଦଳ ଶିଶୁକୁ ସୁରକ୍ଷିତ ଭାବେ ସେହି ୭୦ଫୁଟ ବୋରୱେଲ ଭିତରୁ ଉଦ୍ଧାର କରିଥିଲେ। ଶିଶୁଟି ଏବେ ସୁସ୍ଥ ଥିବା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ, କିଛି ମାସ ପୂର୍ବରୁ ବିହାରରେ ଏମିତି ଏକ ସୁଡଙ୍ଗ ଭିତରେ ତିନିବର୍ଷର ଶିଶୁ ଗଳି ପଡ଼ିଥିବା ଖବର ମିଳିଥିଲା। ଉଦ୍ଧାରକାରୀ ଦଳ ୩୦ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରିବା ପରେ ୧୬୫ଫୁଟ ବୋରୱେଲ ଭିତରୁ ଶିଶୁକୁ ସୁରକ୍ଷିତ ଭାବେ ବାହାର କରି ଆଣିଥିଲେ। ଉକ୍ତ ଶିଶୁ ବି ଖେଳୁଥିବା ସମୟରେ ଏହି ବୋରୱେଲ ଭିତରେ ଖସି ପଡ଼ିଥିଲା।