ହୁସିଆର ! ଏବେ ଗୁଗୁଲ ପ୍ଲେ ଷ୍ଟୋରରେ ବି ମାଲୱାର

81

କନକ ବ୍ୟୁରୋ : ହରଡଘଣାରେ ସ୍ମାର୍ଟଫୋନ ୟୁଜର୍ସ । ଏବେ ଗୁଗୁଲ ପ୍ଲେ ଷ୍ଟୋର ବି ନିରାପଦ ନୁହେଁ । ଏଠି ବି ଅଛି ମାଲୱାର । ମାନେ ଏକ ମାଲୱାର ନାମକ ଏକ ଆପ୍ ଲୋକଙ୍କୁ ଟାର୍ଗେଟ କରିଛି । ମାଗଣା ଆପ୍ କହି ଗ୍ରାହକଙ୍କ ଠାରୁ ଲୁଟି ନେଉଛି ସର୍ଭିସ ଚାର୍ଜେସ । ହେଲେ କଣ ଏହି ମାଲୱାର ।

ମାଲୱାର ହେଉଛି ଏକ ଆପ୍ । ଯାହା ଫ୍ରି ଆପ୍ ବୋଲି ଦାବୀ କରୁଛି । ହେଲେ ଆଦାୟ ହେଉଛି ସର୍ଭିସ ଚାର୍ଜେସ । ମାନେ କଥା ଗୋଟିଏ ଆଉ କାମରେ ଓଲଟା । ସ୍ମାର୍ଟଫୋନ ଓ ଆଣ୍ଡ୍ରଏଡ ଫୋନ ୟୁଜର୍ସମାନେ ଏହି ମାଲୱାର ଆପକୁ ବହୁ ମାତ୍ରାରେ ଡାଉନଲୋଡ କରିଛନ୍ତି । ହିସାବ କହୁଛି ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ଲକ୍ଷରୁ ଅଧିକ ଲୋକ ଏହାକୁ ଡାଉନଲୋଡ କରି ସାରିଛନ୍ତି । ଆଉ ପ୍ରାୟ ୫ହଜାରରୁ ଅଧିକ ଡିଭାଇସକୁ ଏହି ଆପ୍ ଟାର୍ଗେଟ କରିଥିବା ରିପୋର୍ଟ କହୁଛି ।

ଏହି ଆଣ୍ଡ୍ରଏଡ ମାଲୱାରକୁ ଏକ୍ସପେନସିଭ୍ ୱାଲ କୁହାଯାଉଛି । ବ୍ୟବହାରକାରୀଙ୍କୁ ଏହା ଫ୍ରଡ ମେସେଜ୍ ପଠାଉଥିବା ରିପୋର୍ଟ ପ୍ରକାଶ ପାଇଛି । ବ୍ୟବହାରକାରୀଙ୍କ ବିନା ଅନୁମତିରେ ଏହା ଜାଲ ସର୍ଭିସ ପାଇଁ ଟଙ୍କା ଦାବୀ କରୁଛି । ତେବେ ଏହା ମାଲୱାର ୱାଲପେପର ଭାବେ ଆପଣଙ୍କ ପ୍ଲେ ଷ୍ଟୋରରେ ମିଳିଯିବ । ଆଉ ଥରେ ଏହା ଡାଉନଲୋଡ ହୋଇଯିବା ପରେ କିଛି ଅନୁମତି ବା ପରମିସନ ମାଗିବ । ସାଧାରଣ ଭାବେ ଅନ୍ୟ ଆପ୍ ଗୁଡିକ ମଧ୍ୟ ଏମିତି ଭାବେ ପରମିସନ ମାଗିଥାଆନ୍ତି ଡାଉନଲୋଡ ସମୟରେ । ଆଉ ଠିକ ସେହିଭଳି ଢ଼ଙ୍ଗରେ ଏହି ଆପ ଅନୁମତି ମାଗେ । ବ୍ୟବହାରକାରୀ ମଧ୍ୟ ଏହି ପରମିସନର ଚେକ୍ ବକ୍ସରେ କ୍ଲିକ କରି ଦିଅନ୍ତି ।

ତେବେ ଥରେ ବ୍ୟବହାରକାରୀ ଏହି କ୍ଲିକ କରିବା ପରେ ଏହା ସିଧାସଳଖ ମାଲୱାର ଜାଲ ସର୍ଭର ସହ କନେକ୍ଟ ହୋଇଯାଏ । ଯାହା ସାହାଯ୍ୟରେ ଏହା ବ୍ୟବହାରକାରୀଙ୍କ ସମ୍ବେଦନଶୀଳ ସୂଚନାକୁ ଚୋରାଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଏତିକି ନୁହେଁ ବ୍ୟବହାରକାରୀଙ୍କ ଅଜାଣତରେ ଏହି ଆପ କିଛି ପ୍ରିମିୟମ ମେସେଜ ପଠାଇଥାଏ ଓ ପେଡ୍ ସର୍ଭିସ ପାଇଁ ରେଜିଷ୍ଟର କରି ସର୍ଭିସ ଚାର୍ଜେସ ଟାଣିନିଏ ।

ତେବେ ଏହା ଜଣାପଡିବା ପରେ ଗୁଗୁଲ ନିଜ ପ୍ଲେଷ୍ଟୋରରୁ ଏହାକୁ ହଟାଇ ଦେଇଛି । କିନ୍ତୁ କମ୍ପାନୀ ପକ୍ଷରୁ କୁହାଯାଇଛି କଷ୍ଟମର ଏହାକୁ ନିଜ ସ୍ମାର୍ଟଫୋନରୁ ମାନୁଆଲୀ ଡିଲିଟ ନକରିବା ଯାଏଁ ଏହା ସଂପୃକ୍ତ ସ୍ମାର୍ଟଫୋନକୁ ପ୍ରଭାବିତ କରି ଚାଲିଥିବ । ଏନେଇ ବ୍ୟବହାରକାରୀ ଆଲର୍ଟ ରହିବାକୁ ପରାମର୍ଶ ଦିଆଯାଇଛି ।