ଯୁବ ଭାରତର ଯୁବ ସାଂସଦ : ୫ ବର୍ଷ ପାଇଁ ସ୍ଥିର କରିବେ ଦେଶର ରୂପରେଖ

422

କନକ ବ୍ୟୁରୋ : ଭାରତୀୟ ଗଣତନ୍ତ୍ରର ହୃତପିଣ୍ଡ ଦିଲ୍ଲୀ ସଂସଦ ଭବନ । ୧୭ତମ ଲୋକସଭା ପାଇଁ ନିର୍ବାଚନ ସହ ସ୍ପଷ୍ଟ ହୋଇଯାଇଛି ଆଗାମୀ ୫ ବର୍ଷ ପାଇଁ କେଉଁମାନେ ନୂଆ ଭରତର ରୁପରେଖ ସ୍ଥିର କରିବେ । ଦିଲ୍ଲୀ ସଂସଦ ଭବନରେ ବସି ଏମାନେ ଆମ ପାଇଁ ତିଆରି କରିବେ ଶାସନ ଖସଡା । ସାରା ବିଶ୍ୱରେ ସବୁଠାରୁ ଅଧିକ ଯୁବକ ରହୁଥିବା ଭାରତ ଏଥର ସଂସଦକୁ ପଠାଇଛି ୨ଶହ ୬୭ ନୂଆ ସାଂସଦ । ଅର୍ଥାତ୍ ଏମାନେ ପ୍ରଥମକରି ସଂସଦ ଭବନକୁ ନିର୍ବାଚିତ ହୋଇ ଆସିଛନ୍ତି । ନୂଆ କରି ସଂସଦକୁ ନିର୍ବାଚିତ ହୋଇ ଆସିଥିବା ସାଂସଦମାନଙ୍କୁ ନେଇ ଏଥର କଭର ପେଜ୍ ପ୍ରସ୍ତୁତ କରିଛି ଇଣ୍ଡିଆ ଟୁଡେ ମାଗାଜିନ୍ । ଆଉ ଶୀର୍ଷକ ରଖିଛି ‘ଦି ନ୍ୟୁ ବ୍ରିଗେଡ୍’ । ୟଙ୍ଗ ଇଣ୍ଡିଆର ୟଙ୍ଗ ସାଂସଦଙ୍କ ତାଲିକା . . . ..

 

ଚନ୍ଦ୍ରାଣୀ ମୁର୍ମୁ- ପାର୍ଲାମେଂଟ ଇତିହାସରେ ସବୁଠାରୁ କନିଷ୍ଠ ସାଂସଦ ଓଡଶାର ଚନ୍ଦ୍ରାଣୀ ମୁର୍ମୁ । ୨୫ ବର୍ଷୀୟ ବି-ଟେକ୍ ଛାତ୍ରୀ ଚନ୍ଦ୍ରାଣୀ ବିଜେଡି ଟିକେଟରେ କେନ୍ଦୁଝରରୁ ଜିତି ଯାଇଛନ୍ତି ସଂସଦ ।

 

ତେଜସ୍ୱୀ ସୂର୍ଯ୍ୟା- ୨୮ ବର୍ଷୀୟ ତେଜସ୍ୱୀ ସୂର୍ଯ୍ୟା ଦକ୍ଷିଣ ବେଙ୍ଗାଳୁରୁରୁ ବିଜେପି ସାଂସଦ । ବିଜେପି ସୋସିଆଲ ମିଡିଆ ସେଲରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଥିବା ତେଜସ୍ୱୀ କଂଗ୍ରେସ ହେଭିୱେଟ୍ ବିକେ ହରିପ୍ରସାଦଙ୍କୁ ହରାଇଛନ୍ତି । ଜଣେ ଆଇନଜୀବୀ ଭାବେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲା ଲଢିବାର ଅନୁଭୂତି ବି ରହିଛି ।

 

ଗୌତମ ଗାମ୍ଭୀର- କ୍ରିକେଟ ପଡିଆରୁ ସଂସଦ ଭବନ । ପୂର୍ବ ଦିଲ୍ଲୀରୁ ପ୍ରାୟ ୩ ଲକ୍ଷ ଭୋଟରେ ଜିତି ପାର୍ଲାମେଂଟକୁ ଏଂଟ୍ରି ମାରିଛନ୍ତି ଏହି ପୂର୍ବତନ ଟିମ୍ ଇଣ୍ଡିଆ ଓପନର ।

 

ରବି କିଷନ- ଭୋଜପୁରୀ ଷ୍ଟାର ରବି କିଷନ ୨୦୧୪ରେ କଂଗ୍ରେସ ଟିକେଟରେ ଲଢି ଜୋନପୁରରୁ ହାରିଥିଲେ । ହେଲେ ବିଜେପି ଟିକେଟରେ ଗୋରଖପୁରରୁ ଲଢି ୧୭ତମ ସଂସଦରେ ଏଂଟ୍ରି ମାରିଛନ୍ତି । ୟୁପି  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଲୋକସଭା ଆସନ ଗୋରଖପୁରକୁ ପୁଣି ବିଜେପି ଖାତାକୁ ଫେରାଇ ଆଣିଛନ୍ତି ।

 

ମିମି ଚକ୍ରବର୍ତ୍ତୀ- ପ୍ରଥମଥର ସଂସଦକୁ ନିର୍ବାଚିତ ହୋଇଛନ୍ତି ବେଙ୍ଗଲି ସୁପରଷ୍ଟାର ମିମି ଚକ୍ରବର୍ତ୍ତୀ । ପଶ୍ଚିମବଙ୍ଗ ଯାଦବପୁର ଲୋକସଭା ଆସନରୁ ଟିଏମସି ଟିକେଟରେ ଜିତି ପାର୍ଲାମେଂଟକୁ ଯାଇଛନ୍ତି ମିମି । ସଂସଦ ଭବନ ସାମ୍ନାରେ ତାଙ୍କ ଜିନ୍ସଫିନ୍ଧା ଫଟୋକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଟ୍ରୋଲ କରାଯାଇଥିଲା ।

 

ପଲ୍ଲଭ ଲୋଚନ ଦାସ- ତେଜପୁର ଆସନରୁ କଂଗ୍ରେସ ହେଭି ୱେଟ୍ ଏମଜିଭିକେ ଭାନୁଙ୍କୁ ୨ ଲକ୍ଷ ଭୋଟରେ ହରାଇ ପାର୍ଲାମେଂଟରେ ଡେବ୍ୟୁ କରିଛନ୍ତି ବିଜେପି ସାଂସଦ ପଲ୍ଲଭ ଲୋଚନ ଦାସ । ତାଙ୍କୁ ମଧ୍ୟ ଇଣ୍ଡିଆ ଟୁଡେ ମାଗାଜିନର କଭର ପେଜରେ ମିଳିଛି ସ୍ଥାନ ।

 

ଅମୋଲ କୋହଲି- ମହାରାଷ୍ଟ୍ର ଶିହରୁର ଆସନରୁ ଏନସିପି ଟିକେଟରେ ଜିତି ସଂସଦକୁ ଯାଇଛନ୍ତି ଅମୋଲ କୋହଲି । ମରାଠି ଟିଭି ସିରିଏଲରେ ଛତ୍ରପତି ସମ୍ଭାଜୀ ଭୂମିକାରେ ନଜର ଆସି ବେଶ ଲୋକପ୍ରିୟ ହୋଇପାରିଥିଲେ କୋହଲି ।