ଉତ୍ତରପ୍ରଦେଶ : ଡାକ୍ତରଙ୍କୁ ଟ୍ୟୁସନ୍ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

36

କନକ ବ୍ୟୁରୋ : ଉତ୍ତରପ୍ରଦେଶର ଡାକ୍ତରଙ୍କୁ ଟ୍ୟୁସନ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୁଖ୍ୟମନ୍ତ୍ରୀ ଡାକ୍ତରଙ୍କୁ ପରାମର୍ଶ ଦେଇ କହିଛନ୍ତି, ସବୁ ଡାକ୍ତର ଘରୋଇ ସେବା ବନ୍ଦ କରିଦେବା ଉଚିତ । ନିଜ କର୍ତ୍ତବ୍ୟକୁ ସୁଚାରୁରୂପେ ପାଳନ କରିବା ପାଇଁ ସେ କହିଛନ୍ତି । ଏହାସହ ଚିକିତ୍ସା କରୁଥିବା ସମୟରେ ରୋଗୀଙ୍କ ସହ ଭଲ ବ୍ୟବହାର କରିବାକୁ ଯୋଗୀ, ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି ।

କେଜିଏମୟୁ ହସ୍ପିଟାଲରେ ନୂଆ ଭେଂଟିଲେଟରକୁ ଲୋକାର୍ପଣ କରି ଯୋଗୀ ରାଜ୍ୟର ସ୍ୱାସ୍ଥ୍ୟ ସେବା ଉପରେ ଜୋର ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ପଦବୀରେ ଅବସ୍ଥାପିତ ହେବା ପରଠାରୁ ଗୋଟିଏ ପରେ ଗୋଟିଏ କଡା ପଦକ୍ଷେପ ନେଉଛନ୍ତି ଯୋଗୀ । ପ୍ରଥମେ ବିଧାୟକଙ୍କୁ ସମ୍ପତି ତାଲିକା ମାଗିଥିଲେ । ପରେ ଥାନାରେ ଅଚାନକ ଛାନଭିନ୍, ରୋଡ ରୋମିଓଙ୍କୁ ସାବାଡ କରିବା ପଇଁ ରୋଡ ରୋମିଓ ସ୍ୱାର୍ଡ ଗଠନ, କଂସେଇଖାନା ବନ୍ଦ କରି ଉତ୍ତରପ୍ରଦେଶ ରାଜନୀତିରେ ହଟଚମଟ ସୃଷ୍ଟି କରିଛନ୍ତି ।