୪ ବର୍ଷ ପୂର୍ବରୁ ଦେଇଥିବା ବିବାଦୀୟ ବୟାନ୍ ପାଇଁ ଫସିଲେ ବାବା ରାମଦେବ, ଏବେ ସମନ୍ ଜାରି କଲା କୋର୍ଟ

66

ବର୍ଷ ୨୦୧୪ରେ ଲଖନଉରେ କରାଯାଇଥିବା ପ୍ରେସ୍ କଂଫ୍ରେନ୍ସରେ ବାବା ରାମଦେବଙ୍କ ଦ୍ୱାରା ଅନୁସୂଚିତ ଜାତିର ଲୋକଙ୍କ ଉପରେ କରାଯାଇଥିବା ଟିପ୍ପଣୀ ମାମଲାରେ ତାଙ୍କ ଉପରେ ବିପଦ ମାଡି ଆସିଛି । ହିସାରର ଅଦାଲତ ୨୨ ଅକ୍ଟୋବରରେ ରାମଦେବଙ୍କୁ ସମନ୍ ଜାରି କରିଛନ୍ତି । ଯୋଗ ଗୁରୁ ବାବା ରାମଦେବ ରାହୁଲ ଗାନ୍ଧୀଙ୍କ ଉପରେ ପ୍ରେସ୍ କଂଫ୍ରେନ୍ସରେ ଟିପ୍ପଣୀ କରିଥିଲେ ।

ହିସାରରେ ଅତିରିକ୍ତ ଜିଲ୍ଲା ଏବଂ ଅଧିବେଶନ ନ୍ୟାୟାଧୀଶ ରାଜକୁମାର ଜୈନଙ୍କ ଅଦାଲତ ରାମଦେବଙ୍କୁ ଅଦାଲତରେ ଉପସ୍ଥିତ ହୋଇ ନିଜ ପକ୍ଷ ରଖିବାକୁ ନୋଟିସ୍ ଜାରି କରିଛନ୍ତି । ୨୬ ଏପ୍ରିଲ ୨୦୧୪ରେ ଏହି ମାମଲାରେ ଅଧିବକ୍ତା ରଜତ କଲ୍ସନ୍ କୋର୍ଟରେ ଆବେଦନ କରିଥିଲେ ।

ସୂଚନାଯୋଗ୍ୟ, ଅଭିଯୋଗକର୍ତ୍ତାଙ୍କ ନୁସାରେ, ବାବା ରାମଦେବ ରାହୁଲ ଗାନ୍ଧୀଙ୍କ ବିଷୟରେ କହିଲେ, “ଦେଖ ଭାଇ, ମୋଦି ଓ ବାବା ରାମଦେବ ବାଧ୍ୟ ହୋଇ ସାଧୁ ହୋଇ ନାହାଁନ୍ତି, ରାହୁଲ ଗାନ୍ଧୀ ଭଳି । ତାଙ୍କର ଭାଗ୍ୟ ହିଁ ଖରାପ, ଯେ ତାଙ୍କୁ କୈାଣସି ଝିଅ ମିଳୁନାହାଁନ୍ତି । ତାଙ୍କ ମା’ କୁହନ୍ତି କି, ମୋ ପୁଅ ତତେ ଯଦି ବିଦେଶୀ ଝିଅକୁ ବାହା କରାଇଦେବି, ତେବେ ତୁ ପ୍ରଧାନମନ୍ତ୍ରୀ ହୋଇପାରିବୁନି । ଆଉ ମୁଁ ଦେଶୀ ଝିଅ ସହ କରାଇବାକୁ ଚାହୁଁନି, ମା’ ଚାହେଁ କି ପ୍ରଥମେ ସେ ପ୍ରଧାନମନ୍ତ୍ରୀ ହୋଇଯାଉ ତା’ପରେ ବିଦେଶିନୀକୁ ଆଣିବ । ରାହୁଲ ଗାନ୍ଧୀ ହନିମୁନ୍ ଓ ପିକନିକ୍ କରିବା ପାଇଁ…… ଘରକୁ ଯାଏ ।” ଏହି ଶେଷ ଲାଇନ୍ ଉପରେ ହିଁ ଅଭିଯୋଗକାରୀ ଆପତ୍ତି ଉଠାଇଥିଲେ ।