ବୁହାନରେ ରିସର୍ଚ୍ଚ କରୁଥିବା ବୈଜ୍ଞାନିକଙ୍କ ବଡ ଖୁଲାସା, ୪ ପ୍ରକାର ଭୂତାଣୁ ସୃଷ୍ଟି କରି ବିଶ୍ୱକୁ ଧ୍ୱଂସ କରିବାକୁ ଯୋଜନା କରିଥିଲା ଚୀନ

263

କନକ ବ୍ୟୁରୋ : ସାରା ବିଶ୍ୱରେ ଏବେ କରୋନା ସଂକ୍ରମଣ ଥମିଯାଇଛି । ହେଲେ କରୋନା ଭୂତାଣୁକୁ ନେଇ ଏବେ ଯେଉଁ ଖବର ଆସିଛି ତାହା ଆପଣଙ୍କୁ ଚକିତ କରିଦେବ । ଚୀନର ବୁହାନ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟରୋଲୋଜୀର ବୈଜ୍ଞାନିକ ଦାବି କରିଛନ୍ତି କି, ଚୀନ ଦ୍ୱାରା କରୋନାକୁ ଏକ ଜୈବିକ ଅସ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିଲା । ଏହି କ୍ରମରେ ଲ୍ୟାବରେ ୪ ପ୍ରକାରର ଭିନ୍ନ ଭିନ୍ନ ଷ୍ଟେନ ପ୍ରସ୍ତୁତ କରାଯାଇ ଯାଂଚ କରାଯାଇଥିଲା କି କେଉଁ ଭୂତାଣୁ ସର୍ବାଧିକ ବେଗରେ ସଂକ୍ରମିତ କରୁଛି ।

ଚାଓ ସାଓ ନାମକ ଏହି ବୈଜ୍ଞାନିକ ଇଣ୍ଟରନ୍ୟାସନାଲ ପ୍ରେସ ଆସୋସିଏସନର ସଦସଞ ଜେନିଫର ଜେଙ୍ଗଙ୍କ ସହ ହୋଇଥିବା ଏକ ଇଣ୍ଟରଭ୍ୟୁରେ ଏଭଳି ଦାବି କରିଛନ୍ତି । ୨୬ ମିନିଟର ଏହି ସ୍ୱତନ୍ତ୍ର ସାକ୍ଷାତକାରରେ ଚାଓ ସାଓ କହିଛନ୍ତି କି କିଭଳି ଅନ୍ୟ ଜଣେ ବୈଜ୍ଞାନିକ ଶାନ ଚାଓ ସ୍ୱୀକାର କରିଛନ୍ତି କି , ତାଙ୍କର ସିନିଅର କିଭଳି ଭାବେ ତାଙ୍କୁ ୪ଟି ଭିନ୍ନ ଭିନ୍ନ ପ୍ରକାରର ଷ୍ଟେନ ଦେଇ ତାଙ୍କୁ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଚାଓ ସେଓ ଆହୁରି ଦାବି କରିଛନ୍ତି କି, କିଭଳି ଭାବେ ୨୦୧୯ ରେ ମିଲିଟାରୀ ୱାର୍ଲ୍ଡ ଗେମ୍ସ କ୍ରମରେ ଅନେକ ସହଯୋଗୀ ଗାଏବ ହୋଇଯାଇଥିଲେ । ଗାଏବ ହୋଇଥିବା ବୈଜ୍ଞାନିକଙ୍କ ମଧ୍ୟରୁ କିଛିଦିନ ପରେ ଜଣେ ଫେରିଥିଲେ ଓ ସେ କହିଥିଲେ କି, ତାଙ୍କୁ ଆଥଲେଟମାନଙ୍କର ସ୍ୱାସ୍ଥ୍ୟ ଓ ଖାଦ୍ୟ ପଦାର୍ଥ ଯାଂଚ କରିବାକୁ ହୋଟେଲ ପଠାଯାଇଥିଲା ।