ଆଜି ରେସଲିଂ ରିଙ୍ଗକୁ ଓହ୍ଲାଇବେ ଭାରତର କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ : ୬୫ କେଜି ବର୍ଗରେ କରିବେ ମୁକାବିଲା

145

କନକ ବ୍ୟୁରୋ : ଆଜି ରେସଲିଂ ବା କୁସ୍ତିରେ ଦେଖିବାକୁ ମିଳିବ ଭାରତୀୟଙ୍କ ପ୍ରଦର୍ଶନ । ଫ୍ରି-ଷ୍ଟାଇଲ୍ ୬୫ କେଜି ବର୍ଗରେ ରେସଲିଂ ରିଙ୍ଗକୁ ଓହ୍ଲାଇବେ ଭାରତର ରେସଲର୍ ବଜରଙ୍ଗ ପୁନିଆ । ବିଶ୍ୱ ଚାମ୍ପିଅନସିପରେ ବଜରଙ୍ଗ ପୁନିଆ ସିଲଭର ମେଡାଲ ଜିତିବା ସହ ଏହି ବର୍ଗର ରାଙ୍କିଙ୍ଗରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ତେଣୁ ବଜରଙ୍ଗଙ୍କ ଉପରେ ଭାରତର ଅନେକ ଆଶା ରହିଛି । ପ୍ରଥମ ମ୍ୟାଚରେ କିରଗିଜସ୍ଥାନର ଇମାଜାର୍ ଆକମାଟାଲିଭଙ୍କୁ ସେ ଭେଟିବେ । ଏହି ମ୍ୟାଚର ଫଳାଫଳ ଉପରେ ବଜରଙ୍ଗଙ୍କ ପରବର୍ତ୍ତୀ ରାଉଣ୍ଡ ନିର୍ଭର କରୁଛି । ସେପଟେ ୫୦ କେଜି ମହିଳା ବର୍ଗରେ ରିଙ୍ଗକୁ ଓହ୍ଲାଇବେ ସୀମା ବିଶଲା । ସେ ତାଙ୍କ ଅଭିଯାନ ଟ୍ୟୁନିସିଆର ସାରା ହାମଡିଙ୍କ ବିରୋଧରେ ଆରମ୍ଭ କରିବେ ।