ବିଶ୍ୱର ସବୁଠୁ ଉଚ୍ଚ ପୋଲ । ଏକାସାଙ୍ଗରେ ଯାଇପାରିବ ଟ୍ରେନ ଓ ଗାଡି, ଆଜିଠୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ଏହି ପୋଲ ।

697

ଚୀନ ସବୁବେଳେ କିଛି ନା କିଛି ନିର୍ମାଣ କରି ନୂଆ ନୂଆ ରେକର୍ଡ କରିଥାଏ । କେତେବେଳେ ବିଶ୍ୱର ସବୁଠୁ ବଡ ତୁ ପୁଣି କେତେବେଳେ ବିଶ୍ୱର ଛୋଟ ଛୋଟ ସାମଗ୍ରୀ ନିର୍ମାଣ କରି ବିଶ୍ୱବାସୀଙ୍କୁ ଚକିତ କରିଛି ଚୀନ୍ । ଏଭଳି ନିର୍ମାଣ କ୍ଷେତ୍ରରେ ମହାରଥ ହାସଲ କରିଛି ଚୀନ୍ । ଆଉ ଏଭଳି ରେକର୍ଡ ଭିତରେ ଚୀନ୍ ବିଶ୍ୱର ସବୁଠୁ ଉଚ୍ଚ ବ୍ରିଜ ନିର୍ମାଣ କରିଛି । ଯାହାକୁ ଆଜି ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ । ସବୁଠୁ ବଡ କଥା ହେଉଛି, ଏହି ବ୍ରିଜ ଉପରେ ଟ୍ରେନ୍ ଓ ଗାଡି ଏକାସଙ୍ଗରେ ଚଳାଚଳ କରିବ । କାହିଁକି ନା ଏହି ବ୍ରିଜଟି ଡବଲ ଡେକର ବା ଦୁଇ ଥାକିଆ ବିଶିଷ୍ଟ ।

ଏହି ଉଚ୍ଚତମ ବ୍ରିଜର ନାଁ ହେଉଛି ପିଙ୍ଗଟାଙ୍ଗ । ଏଥିରେ ୩ଟି ଟାୱାର ବା ସ୍ତମ୍ଭ ରହିଥିବା ବେଳେ ମୁଖ୍ୟ ଟାୱାର ୧୦୯୦ ଫୁଟ ରହିଛି । ୩ଟି ଟାୱାରରେ ପୂରା ବ୍ରିଜଟି ଛିଡା ହୋଇଛି । କାଓଡୁ ନଦୀ ଉପରେ ଏହି ବ୍ରଜି ନିର୍ମାଣ କରାଯାଇଥିବା ବେଳେ ଏହାର ମୋଟ ଲମ୍ବ ୨୧୩୫ ମିଟର ରହିଛି । ୨.୧୩ କିଲୋମିଟରର ଏହି ବ୍ରିଜ ପିଙ୍ଗଟାଙ୍ଗ ଓ ଲୁଓଡିଆନକୁ ଯୋଡୁଛି । ଏହି ବ୍ରିଜର ଉଭୟ ପାଶ୍ୱର୍ରେ ସୁଡଙ୍ଗ ରହିଛି ଯାହା ବ୍ରିଜକୁ ସିଧାସଳଖ ସଂଯୋଗ କରୁଛି ।

ଏହି ବ୍ରିଜ ଉପରେ ହାଇସ୍ପିଡ ଟ୍ରେନ ଚଳାଇବ ଚୀନ୍ । ଗୁଇଝାଓ ଅଞ୍ଚଳରେ ଏହି ବ୍ରିଜ ନିର୍ମାଣ ହୋଇଥିବା ବେଳେ ଏଠାରେ ଆହୁରି ୨୦ ହଜାରରୁ ଅଧିକ ବ୍ରିଜ ମଧ୍ୟ ରହିଛି । ପାହାଡିଆ ଅଞ୍ଚଳରେ ଗମନାଗମନରେ ଅସୁବିଧା ହେଉଥିବାରୁ ଏହି ବ୍ରିଜ ନିର୍ମାଣ କରାଯାଇଛି । ବିଶ୍ୱର ସବୁଠୁ ୧୦୦ଟି ଉଚ୍ଚ ବ୍ରିଜ ମଧ୍ୟରେ ୪୬ଟି ବ୍ରିଜ କେବଳ ଗୁଇଝାଓ ଅଞ୍ଚଳରେ ରହିଛି । ତେଣୁ ଗୁଇଝାଓକୁ ବ୍ରିଜର ମ୍ୟୁଜିୟମ ବୋଲି କୁହାଯାଉଛି ।