ଦୁନିଆର ସବୁଠାରୁ ମୋଟା ବାଳକର ସଫଳ ଅସ୍ତ୍ରୋପଚାର : ଓଜନ ଥିଲା ୨୩୭ କିଲୋଗ୍ରାମ

55

କନକ ବ୍ୟୁରୋ : ଦିଲ୍ଲୀରେ ବାସ କରୁଥିବା ୧୪ ବର୍ଷର ବାଳକ ମିହିର ଜେନ୍ ଙ୍କ ଓଜନ ଦିନକୁ ଦିନ ବଢିବାରେ ଲାଗିଛି । ଓଜନ ଏପରି ଭାବରେ ବଢିଲା ଯେ ୨୦୧୮ ଏପ୍ରିଲ ମସିହା ବେଳକୁ ୨୩୭ କିଲୋଗ୍ରାମରେ ପହଞ୍ଚିଲା । ଭାରତରେ ମିହିରଙ୍କୁ ସବୁଠାରୁ ମୋଟା ଛୁଆ କେହି କେହି କହୁଛନ୍ତି । ବର୍ତ୍ତମାନ ସେ ଦିଲ୍ଲୀର ଏକ ଘରୋଇ ମେଡିକାଲରେ ନିଜର ଓଜନ କମାଇବା ଲାଗି ବାଇପାସ ସର୍ଜରି କରାଇଥିବା ଜଣାପଡିଛି । ପୂର୍ବ ଅପେକ୍ଷା ବର୍ତ୍ତମାନ ସମୟରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ସୁଧୁରିଛି । ଅପରେସନ ହେବାପରେ ମିହିରଙ୍କ ଓଜନ କମି ୧୭୨ କିଲୋଗ୍ରାମ ରହିଛି ।

ମିହିର ଜନ୍ମ ହେଲା ସମୟରେ ଏକ ସାଧାରଣ ଛୁଆଙ୍କ ଭଳି ଜନ୍ମ ହେଇଥିଲେ କିନ୍ତୁ ଜଙ୍କ୍ ଫୁଡ ଖାଇବା କାରଣରୁ ତାଙ୍କର ଓଜନ ବଢିବାରେ ଲାଗିଲା । ତାଙ୍କର ୫ବର୍ଷରେ ଓଜନ ପାଖାପାଖି ୮୭କେଜି ହେଇସାରିଥିଲା । ମିହିର ଏପରି ମୋଟା ହେଇ ସାରିଥିଲା କି ନିଜ ଗୋଡରେ ଛିଡା ହେବାଲାଗି ମଧ୍ୟ ତାକୁ କଷ୍ଟ ହେଉଥିଲା । “ମିହିର ଯେବେ ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଥିଲେ ସେହି ସମୟରେ ବିଦ୍ୟାଳୟକୁ ଯିବା ଆସିବା କରିବାରେ ଅସୁବିଧା ହେଉ ଥିବାରୁ ମିହିର ଆଉ ବିଦ୍ୟାଳୟକୁ ଗଲା ନାହିଁ । ପାଠ ପଢାଇବା ଲାଗି ଜଣେ ମାଷ୍ଟ୍ରରଙ୍କୁ ଘରକୁ ଡକାଯାଇ ମିହିରକୁ ଶିକ୍ଷା ଦାନ କରାଗଲ୍ା । କିନ୍ତୁ ଧିରେ ଧିରେ ଓଜନ ମାତ୍ରାଧିକ ବଢିବାରେ ଲାଗିଲା ତେଣୁ ତାଙ୍କୁ ପାଠ ପଢିବାରେ ଅସୁବିଧା ହେଲା । ଏହା ପରେ ଆମେ ଚିନ୍ତାରେ ରହିଲୁ । କିନ୍ତୁ ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ମିହିର ର ଅପରେସନ କରାଗଲା” ବୋଲି ମିହିରଙ୍କ ମା କହିଛନ୍ତି ।

ଏପଟେ ମିହିରଙ୍କୁ ଅପରେସନ କରିଥିବା ଡାକ୍ତର ଚୋବେ କହନ୍ତି ଯେ, “ମୁଁ ଯେତେବେଳେ ପ୍ରଥମ କରି ମିହିରକୁ ଦେଖିଥିଲି ସେତେ ବେଳେ ଆଶ୍ଚର୍ଯ୍ୟ ହେଲି । କିନ୍ତୁ ପରେ ତାହାର ଓଜନ ହ୍ରାସ କରିବାରେ ଅପରେସନ ଏକମାତ୍ର ବିକଳ୍ପ ଥିଲା । ତେଣୁ ତାହାର ଗ୍ୟାସଟିକ୍ ବାଇପାସ୍ ସର୍ଜରୀ କରାଯାଇଛି । ଏବେ ଧିରେ ଧିରେ ମିହିରର ଓଜନ ହ୍ରାସ ହେଉଛି । ପିଲା ବେଳୁ ହିଁ ତାହାର ଓଜନ ବଢିବାରେ ଲାଗିଥିଲା । ତେବେ ଅତ୍ୟଧିକ ଫାଷ୍ଟ ପୁଡ ଖାଇବା କାରଣରୁ ଏପରି ହେଇଥିବା ଡାକ୍ତର ଚୋବେ କହିଛନ୍ତି” । ତେବେ ମିହିରର ଓଜନ ଏବେ କମି ୧୯୬ କେଜି ରହିଛି ।

ଦେଶରେ ବର୍ତ୍ତମାନ ବହୁ ସଂଖ୍ୟାରେ ଏପରି ପୃଥକ କାୟ ଶରୀରର ବ୍ୟକ୍ତି ଦେଖାଯାଉଛନ୍ତି । ଅତ୍ୟଧିକ ଜଙ୍କ ଫୁଡ ଖାଦ୍ୟ ଖାଉଥିବା ବ୍ୟକ୍ତିଙ୍କର ଏପରି ସମସ୍ୟା ଦେଖା ଯାଇଥାଏ ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି ।