ଭାରତର ଅର୍ଥନୀତିକୁ ନେଇ ବିଶ୍ୱ ବ୍ୟାଙ୍କର ବଡ ଆକଳନ। ଚଳିତ ବିତ୍ତୀୟ ବର୍ଷରେ ୬ ଦଶମିକ୍ ୯ ପ୍ରତିଶତକୁ ବୃଦ୍ଧି ପାଇବ ଦେଶର ଜିଡିପି।

113

କନକ ବ୍ୟୁରୋ: ଭାରତର ଅର୍ଥନୀତିକୁ ନେଇ ବଡ଼ ଆକଳନ କରିଛି ବିଶ୍ୱ ବ୍ୟାଙ୍କ୍ । ଚଳିତ ବିିତ୍ତୀୟ ବର୍ଷରେ ଭାରତର ଜିଡିପି ୬ ଦଶମିକ୍ ୯ ପ୍ରତିଶ୍ରତକୁ ବୃଦ୍ଧି ପାଇବ ବୋଲି ବୁଧବାର ବିଶ୍ୱ ବ୍ୟାଙ୍କ୍ ଏକ ରିପୋର୍ଟରେ ପ୍ରକାଶ କରିଛି । କଡା ମନିଟାରୀ ପଲିସି ଏବଂ ଦରଦାମ ବୃଦ୍ଧି ଦେଶର ଏହି ବିକାଶ ପଛରେ ପ୍ରମୁଖ୍ୟ ଭୂମିକା ନିଭାଇଥିବା ରିପୋର୍ଟରେ କୁହାଯାଇଛି । ୨୨-୨୩ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି ୬ ଦଶମିକ୍ ୫ ପ୍ରତିଶତରୁ ୬ ଦଶମିକ୍ ୯ ପ୍ରତିଶତକୁ ବୃଦ୍ଧି ପାଇବ । କିନ୍ତୁ ଏହି ସମୟ ମଧ୍ୟରେ ଇନଫ୍ଲାଶନ ତଥା ମୁଦ୍ରାସ୍ଫିତୀ ମଧ୍ୟ ୭ ଦଶମିକ୍ ୧ ପ୍ରତିଶତକୁ ବୃଦ୍ଧି ପାଇବ ।

ଏହା ପୂର୍ବରୁ ମୁଖ୍ୟ ଅର୍ଥନୀତି ପରାମର୍ଶଦାତା ଭି. ଅନନ୍ତନାଥ ନାଗେଶ୍ୱରନ ଭାରତର ଅର୍ଥନୀତି ୨୦୨୨-୨୩ରେ ୬ ଦଶମିକ ୭, ୮ ପ୍ରତିଶତ ରହିବ ବୋଲି ଆକଳନ କରିଥିଲେ । ରଷ ୟୁକ୍ରେନ ଯୁଦ୍ଧ ଏବଂ କରୋନା ମହାମାରୀ ପାଇଁ ଏବେ ସାରା ବିଶ୍ୱର୍ରେ ଆର୍ଥିକ ମାନ୍ଦାବସ୍ତା ଲାଗି ରହିଛି । ଆମେରିକା, ବ୍ରିିଟେନ୍, ଜାପାନ ଭଳି ବଡ ବଡ ଦେଶ ଆର୍ଥିକ ମାନ୍ଦାବସ୍ତାର ସାମ୍ନା କରୁଛନ୍ତି । ବିଶ୍ୱର ବଡ ବଡ କମ୍ପାନୀମାନେ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି । ହେଲେ ଏହାର ପ୍ରଭାବ ଭାରତର ଅର୍ଥନୀତି ଉପରେ ଏତେଟା ପଡିନାହିଁ ।