ମାଟ୍ରିମୋନିଆଲ ସାଇଟରେ ଚାକିରି ଖୋଜିଲେ ମହିଳା । ତୁଳନା କଲେ ବିଭିନ୍ନ କମ୍ପାନୀର ଦରମା ପ୍ୟାକେଜ୍ । ନିଜ ଅନୁଭୂତି ସେୟାର ପରେ ସୋସିଆଲ ମିଡିଆରେ ପ୍ରଶଂସା

117

କନକ ବ୍ୟୁରୋ: ବୁଦ୍ଧି ଥିଲେ ସୁଯୋଗ ଆପେ ଆପେ ଆସେ । ଏପରିକି ଯେଉଁଠି କିଛି ସୁଯୋଗର ସମ୍ଭାବନା କମ୍ ଥାଏ, ସେଠାରେ ବୁଦ୍ଧିମାନ ଲୋକ ମଧ୍ୟ ସୁଯୋଗ ଖୋଜିବସେ ଓ ପାଇଯାଏ । ଏହାର ପ୍ରମାଣ ଏମିତି ଏକ ଘଟଣାରୁ ଆସିଛି । ଜଣେ ମହିଳା ମାଟ୍ରିମୋନିଆଲ ସାଇଟରେ ଜୀବନ ସାଥୀ ଖୋଜୁ ଖୋଜୁ ଅନ୍ୟ ଏକ ଦିଗ ପ୍ରତି ଧ୍ୟାନ ପକାଇଥିଲେ । ସେଠାରେ ସେ ତୁଳନା କରିଥିଲେ ଯେ, କେଉଁ କମ୍ପାନୀ କେତେ ଦରମା ଦେଉଛନ୍ତି । ଆଉ ସେଠାରୁ ସେ ବିଭିନ୍ନ କମ୍ପାନୀ ବିଷୟରେ ତଥ୍ୟ ସଂଗ୍ରହ କରିଥିଲେ ଓ ପରେ ଏନେଇ ଆବେଦନ କରିଥିଲେ । ଆଉ ତାଙ୍କର ଏହି ଅଭିଜ୍ଞତାକୁ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଥିଲେ । ସୋସିଆଲ ମିଡିଆ ୟୁଜରମାନେ ତାଙ୍କର ବୁଦ୍ଧିକୁ ବେଶ୍ ତାରିଖ କରିଛନ୍ତି । ଜଣେ ଲେଖିଛନ୍ତି ଭାରତୀୟଙ୍କୁ ମାନିବାକୁ ପଡ଼ିବ । ଯେଉଁଠାରେ ବି ଦେଖିବ କିଛି ନା କିଛି ନୂଆ ଉପାୟ ଓ ବୁଦ୍ଧିର ପ୍ରୟୋଗ ଦେଖିବାକୁ ମିଳୁଛି ।