ପ୍ରବଳ ଶୀତରେ ଥରୁଛି କନ୍ଧମାଳ । ପାରଦ ୩ଡିଗ୍ରୀକୁ ଖସି ଆସିଥିବା ବେଳେ ଶୀତରେ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ

42

କନକ ବ୍ୟୁରୋ :  ଶୀତରେ ଥରୁଛି କନ୍ଧମାଳ । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରହିଛି । ଆଭ୍ୟନ୍ତରୀଣ ଅଂଚଳରେ ପାରଦ ୧ ଡିଗ୍ରୀରୁ ତଳକୁ ଖସିଯିବାରୁ ଗୋଟେ ଗୋଟେ ଯାଗାରେ ତୁଷାରପାତ ହେଉଥିବା ଦେଖାଦେଇଛି । ଗତ ୧୫ ଦିନ ହେବ ଶୀତ ଲାଗିରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଥଣ୍ଡା ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ପୁଇଁ ଲୋକମାନେ ବସିରହୁଛନ୍ତି ।

ସେହିପରି ଫଲବାଣୀ ପରେ ସୁନ୍ଦରଗଡରେ ତାପମାନ ସର୍ବନିମ୍ନ ରେକର୍ଡ କରାଯାଇଛି । ଏଠାରେ ତାପାମାତ୍ରା ୫ଦଶମିକ ୫ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ପ୍ରବଳ ଶୀତ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ଅଭ୍ୟନ୍ତରୀଣ ଅଂଚଳରେ ଅଧିକ ଶୀତ ଅନୁଭବ ହେଉଛି । ପାରଦ ଖସିବା ସାଙ୍ଗକୁ ଶୀତର ପ୍ରଭାବ ବଢି ଚାଲିଛି । ଥଣ୍ଡା କାଲୁଆ ପବନରେ ଥରି ଯାଉଛି ଦେହ ହାତ । ସକାଳୁ ସକାଳୁ କୁହୁଡିର ଆବରଣ ସାରା ସହରକୁ ଘୋଡାଇ ରଖୁଛି ।