ଗ୍ୟାସ ସିଲିଣ୍ଡର ଦର ୧୦,୦୦୦ଟଙ୍କା, ଲୋକେ ପ୍ଲାଷ୍ଟିକ୍ ଥଳିରେ ଭରି ନେଉଛନ୍ତି ରନ୍ଧନ ଗ୍ୟାସ୍; ଶ୍ରୀଲଙ୍କା ବାଟରେ ପାକିସ୍ତାନ

187

କନକ ବ୍ୟୁରୋ: ଶ୍ରୀଲଙ୍କାର ଦୁର୍ଗତି କାହାକୁ ଅଛପା ନାହିଁ । ଭୀଷଣ ଆର୍ଥିକ ଅସ୍ଥିରତା ଯୋଗୁଁ ଲୋକେ ରାଜରାସ୍ତାକୁ ଓହ୍ଲାଇବା ପରେ ଦେଶର ରାଷ୍ଟ୍ରମୁଖ୍ୟ ରାଷ୍ଟ୍ର ଛାଡି ରାତି ରାତି ପଳାୟନ କଲେ । ଏବେ ଏହି ବାଟରେ ପଡୋଶୀ ପାକିସ୍ତାନ ମଧ୍ୟ ଯାଉଥିବା ଭଳି ମନେହେଉଛି ।

ଏଠାରେ ରନ୍ଧନ ଗ୍ୟାସ କିଣିବା ସାଧାରଣ ଲୋକଙ୍କ ପାଇଁ କାଠିକର ପାଠ ହୋଇଛି । ଅଧିକାଂଶ ଲୋକ ଗ୍ୟାସ ବ୍ୟବହାର କରିପାରୁନାହାଁନ୍ତି । ସିଲିଣ୍ଡର ପିଛା ୧୦,୦୦୦ ଟଙ୍କାରେ ବିକ୍ରି ହେଉଛି । ଲୋକେ ପ୍ଲାଷ୍ଟିକ୍ ବ୍ୟାଗରେ ଗ୍ୟାସ ଭରି କରି ନେଉଥିବା ଦେଖିବାକୁ ମିଳୁଛି । ଚୀନଠାରୁ କରଜ ନେଇ ଦେବାଳିଆ ହୋଇପଡିଛି ପାକିସ୍ତାନ । ଏହାସହ ପାକିସ୍ତାନ ଉପରେ ଋଣ ବୋଝ ଦିନକୁ ଦିନ ବଢି ୪୩ ଲକ୍ଷ କୋଟିରେ ପହଞ୍ଚିଲାଣି । ବିଶେଷ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ ସମୟରେ ଦେଶ ସର୍ବାଧିକ ଋଣ କରିଥିବା ଜଣାପଡିଛି ।

ନିକଟରେ ପାକିସ୍ତାନର ଋଣ ବୋଝକୁ ହାଲକା କରିବାକୁ ଏଠିକାର ସରକାର ଅନେକ କଟକଣା ଓ ଚରମ ପଦକ୍ଷେପ ନେଇଛନ୍ତି । ଆମେରିକାରେ ଥିବା ଦୂତାବାସକୁ ବିକ୍ରି କରିବା ସହ ଏବେ ଦେଶରେ ସବୁ ମଲ ଓ ମାର୍କେଟକୁ ରାତି ସାଢେ ୮ଟା ସୁଦ୍ଧା ବନ୍ଦ କରିବାକୁ ନିଷ୍ପତ୍ତି େଇଛନ୍ତି । ଏହାଦ୍ୱାରା ଦେଶର ଶକ୍ତି ସଙ୍କଟକୁ ସାମ୍ନା କରାଯାଇପାରିବ ବୋଲି ପାକିସ୍ତାନର ଶକ୍ତିମନ୍ତ୍ରୀ କହିଛନ୍ତି ।