ଏମଏନଏସରେ ଯୋଗଦେଇ ପାରନ୍ତି ସିନ୍ଦେ ଗୋଷ୍ଠୀ : ୩୮ରୁ ଅଧିକ ବିଧାୟକ ଥିଲେ ମଧ୍ୟ ଅଲଗା ଦଳର ମାନ୍ୟତା ମିଳିବା କଷ୍ଟ, ଅନ୍ୟ ଦଳରେ ବିଲୟ ସହଜ ରାସ୍ତା

393

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଜାରି ରହିଛି ମହାସଂକଟ । ଶିବସେନାର ବିଦ୍ରୋହୀ ଗୋଷ୍ଠୀକୁ ସୁପ୍ରିମକୋର୍ଟରୁ କିଛି ସମୟ ପାଇଁ ଆଶ୍ୱସ୍ତି ମିଳିଛି । ଜୁଲାଇ ୧୨ ତାରିଖ ଯାଏଁ ସେମାନଙ୍କୁ ବିଧାନସଭାର ସଭ୍ୟପଦରୁ ଅଯୋଗ୍ୟ ଘୋଷଣା କରିବା ଲାଗି ଚାଲିଥିବା ପ୍ରକ୍ରିୟା ଉପରେ ରୋକ୍ ଲାଗିଛି । ଏହି ସମୟରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ । ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ଆଗତ ପିଟିସନ ଉପରେ ଶୁଣାଣି କରି କୋର୍ଟ ଉପବାଚସ୍ପତି, ଶିବସନାର ମୁଖ୍ୟ ସଚେତକ ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।

କେତେଦିନ ହୋଟଲରେ ରହିବେ ବିଦ୍ରୋହୀ ବିଧାୟକ?
୧୦ ଜୁନ୍
– ରାଜାସଭା ନିର୍ବାଚନ ପୂର୍ବରୁ ୬ ଜୁନରେ ବିଦ୍ରୋହୀ ବିଧାୟକ ହୋଟେଲ ଗଲେ
୧୬ରୁ ୨୦ ଜୁନ୍
– ରାଜ୍ୟରେ ବିଧାନ ପରିଷଦ ନିର୍ବାଚନ ସମୟରେ ହୋଟେରେ ଥିଲେ ଶିବସେନା ବିଧାୟକ
୨୦ ଜୁନ୍
– ୨୧ ଜୁନ୍ ରାତି ଯାଏଁ ବିଦ୍ରୋହୀ ବିଧାୟକମାନେ ସୁରଟରେ ହୋଟେଲରେ ରହିଥିଲେ
୨୨ ଜୁନରୁ ଆଜିଯାଏଁ
– ସୁରଟରୁ ଯାଇ ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କ ସହ ଗୌହାଟୀ ହୋଟେଲରେ ଅଛନ୍ତି

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କ’ଣ ହେବ ?

– ରାଜ୍ୟ ସରକାର ଉପବାଚସ୍ପତିଙ୍କ ଆଧାରରେ ଯାହାକିଛି କରିପାରିବେ
– କାରଣ ବିଧାନସଭା ଉପବାଚସ୍ପତିଙ୍କ ବିରୋଧରେ ଅଭିଯୋଗ ରହିଛି
– ବିଦ୍ରୋହୀ ବିଧାୟକଙ୍କୁ କେଉଁ ଆଧାରରେ ନୋଟିସ କଲେ ତାର ଜବାବ ରଖିବେ
– ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟରେ ନିଜର ମତ ରଖିବେ ଉପବାଚସ୍ପତି
– ଉପବାଚସ୍ପତି ମତ ରଖିବା ପରେ ସିନ୍ଦେ ଗୋଷ୍ଠୀ ଏହା ଉପରେ ଜବାବ ଦେବେ
– ଉପବାଚସ୍ପତି କାଉଂଟର ଆଫିଡେବିଟ୍ ଓ ସିନ୍ଦେ ଗୋଷ୍ଠୀ ରି-ଜଏଣ୍ଡର ଦେବେ
– ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିନ୍ଦେ ଗୋଷ୍ଠୀଙ୍କୁ ଜୁଲାଇ ୧୨ ଯାଏଁ ଆଶ୍ୱସ୍ତି
– ଏପଟେ କୋର୍ଟରେ ଉତର ନରଖିବା ଯାଏଁ ଉଦ୍ଧବ ଗୋଷ୍ଠୀଙ୍କ ହାତ ବନ୍ଧା

ଶୁଶାଣି ପୂର୍ବରୁ ସରିବ ଖେଳ !

– ପରବର୍ତ୍ତୀ ଶୁଶାଣି ଯାଏଁ ଶକ୍ତି ପରୀକ୍ଷା ନକରିବାକୁ ସରକାରଙ୍କ ପ୍ରସ୍ତାବ ଖାରଜ
– ସିନ୍ଦେ ଗୋଷ୍ଠୀକୁ ଆଶ୍ୱସ୍ତି ଦେଇ ଉଦ୍ଧବ ଗୋଷ୍ଠୀଙ୍କୁ ଅଡୁଆରେ ପକାଇଛନ୍ତି କୋର୍ଟ
– ଶକ୍ତି ପରୀକ୍ଷା ନେଇ କୌଣସି ଅନ୍ତରୀଣ ଆଦେଶ ଦେଇନାହାନ୍ତି ସୁପ୍ରିମକୋର୍ଟ
– ବିଧାନସଭାରେ ଶକ୍ତି ପରୀକ୍ଷା ସମୟରେ ଜଟିଳ ପରିସ୍ଥିତି ଉପୁଜିଲେ କୋର୍ଟ ଆସିବାକୁ କହିଛନ୍ତି
– ସୁପ୍ରିମକୋର୍ଟଙ୍କ ଏଭଳି ନିର୍ଦ୍ଦେଶ ମହାରାଷ୍ଟ୍ରରେ ଅଚଳାବସ୍ଥା ଦୂର କରିବା ସମ୍ଭାବନା ସୃଷ୍ଟି କରିଛି
– ରାଜ୍ୟ ସରକାର ବିଦ୍ରୋହୀ ବିଧାୟକଙ୍କ ସୁରକ୍ଷା ସୁନିଶ୍ଚିତ କରିଥିବାରୁ ସେମାନେ ଫେରିପାରନ୍ତି
– ସିନ୍ଦେଙ୍କ ପାଖରେ ଅଧିକ ବିଧାୟକ ଥିବାରୁ ସେ ହିଁ ଅସଲି ଶିବସେନା ବୋଲି ଦାବି କରୁଛନ୍ତି
– ଏହି ମର୍ମରେ ସେ ରାଜ୍ୟପାଳଙ୍କୁ ଚିଠି ଲେଖି ମେଂଟ ସରକାରରୁ ଓହରିବା ନେଇ ଜଣାଇପାରନ୍ତି
– ୩୮ରୁ ଅଧିକ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ପରେ ସଂଖ୍ୟାଲଘୁ ହୋଇଯିବ ଏମଭିଏ ମେଂଟ
– ମହାବିକାଶ ଅଘାଡିରେ ଥିବା ଛୋଟିଆ ଦଳ ସରକାରଙ୍କୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ମାଗିବେ
– ବିଜେପି କିନ୍ତୁ ଉଦ୍ଧବ ସରକାରଙ୍କୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ମାଗିନପାରେ ବୋଲି ଚର୍ଚ୍ଚା
– ରାଜ୍ୟପାଳ ଭଗତ ସିଂ କୋଶିଆରୀ ନିଜଆଡୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ମାଗିବା ସମ୍ଭାବନା

ଏମଏନଏସରେ ମିଶିବେ ବିଦ୍ରୋହୀ ବିଧାୟକ ?

– ଏମଏନଏସରେ ଯୋଗ ଦେଇପାରନ୍ତି ଶିବସେନାର ବିଦ୍ରୋହୀ ବିଧାୟକ
– ଉଦ୍ଧବ ଠାକରେଙ୍କ ସଂପର୍କୀୟ ଭାଇ ରାଜ ଠାକରେଙ୍କ ଦଳ ଏମଏନଏସ
– ଏକନାଥ ସିନ୍ଦେଙ୍କ ପାଖରେ ଦୁଇ ତୃତୀୟାଂଶ ବିଧାୟକ ଅଛନ୍ତି
– ୩୮ରୁ ଅଧିକ ବିଧାୟକଙ୍କ ସମର୍ଥନ ଥିଲେ ମଧ୍ୟ ଅଲଗା ଦଳ ମାନ୍ୟତା ମିଳିବା କଷ୍ଟ
– ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗରେ ସମାଧାନ ଚାହୁଁଛନ୍ତି ବିଦ୍ରୋହୀ
– ତେଣୁ ସହଜ ରାସ୍ତା ହେଲା କୌଣସି ଦଳରେ ସେମାନଙ୍କର ବିଲୟ
– ଏପରି ସ୍ଥଳେ ଏମଏନଏସରେ ଏହି ବିଧାୟକମାନେ ସାମିଲ ହେବା ସମ୍ଭାବନା ଅଧିକ