ରାହୁଲଙ୍କ ପରେ କିଏ, କିଏ ନେବ ସର୍ବପୁରାତନ ରାଜନୈତିକ ଦଳର ନେତୃତ୍ୱ । ଆଜି ଦିଲ୍ଲୀରେ ବସୁଛି ସିଇସି ବୈଠକ

କିଏ ହେବ କଂଗ୍ରେସ ସଭାପତି?

134

କନକ ବ୍ୟୁରୋ : କିଏ ହେବ କଂଗ୍ରେସ ସଭାପତି । ଏନେଇ ଚର୍ଚ୍ଚା ଓ ଆକଳନ ଜାରି ରହିଥିବା ବେଳେ ଆଜି ବସୁଛି କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ବୈଠକ । ଏଥିରେ ଦଳର କାର୍ଯ୍ୟକାରୀ ସଭାପତି ନିଯୁକ୍ତି ବିଷୟରେ ମାନସମନ୍ଥନ ହେବ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକୁଲ ୱାସନିକ ସଭାପତି ଦୌଡ଼ରେ ଆଗରେ ଅଛନ୍ତି । ଏହାସହ ସୁଶୀଲ କୁମାର ସିନ୍ଦେ, ମଲିକାର୍ଜୁନ ଖଡ଼ଗେ ଓ କେସି ଭେନୁଗୋପାଳଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ମୁକୁଲ ୱାସନିକ ପରବର୍ତୀ ସଭାପତି ହେବା ନେଇ ରାହୁଲ ମଧ୍ୟ ସମର୍ଥନ କରୁଥିବା ସୂଚନା ମିଳିଛି । ଏବେ କଂଗ୍ରେସର ସଭାପତି ପଦ ଖାଲିପଡ଼ିଛି ।

ସାଧାରଣ ନିର୍ବାଚନରେ ପରାଜୟ ପରେ ମେ ୨୫ରେ କଂଗ୍ରେସ ସଭାପତି ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେଇଥିଲେ । ସେପଟେ ସଭାପତି ପଦ ଦୌଡ଼ରେ ସେ ନାହାନ୍ତି ବୋଲି ପ୍ରିୟଙ୍କା ଗାନ୍ଧୀ ସ୍ପଷ୍ଟ କରିସାରିଛନ୍ତି । ସେପଟେ ଜଣେ ଯୁବନେତାଙ୍କୁ ଦଳର ସଭାପତି ପଦ ହସ୍ତାନ୍ତର ହେବା ନେଇ ଦାବି ବଢ଼ିଛି । ବରିଷ୍ଠ କଂଗ୍ରେସ ନେତା ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ କହିଥିଲେ ଯେ, ଜଣେ ଯୁବନେତାଙ୍କୁ ସଭାପତି କରାଗଲେ, ଦଳ ଲୋକଙ୍କ ଭରସା ଜିତିବାରେ ସଫଳ ହେବ ।