ଭାଇକୁ ବଞ୍ଚାଇବାକୁ ଯାଇ ମହାନଦୀରେ ଭାଇ ବୁଡିଯିବା ଘଟଣା : ନିଖୋଜ ବଡ଼ ଭାଇକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

2,242

କନକ ବ୍ୟୁରୋ : ଭାଇକୁ ବଞ୍ଚାଇବାକୁ ଯାଇ ଭାଇ ନିଖୋଜ । ମହାନଦୀରେ ବୁଡି ଯାଉଥିବା ସାନ ଭାଇକୁ ବଞ୍ଚାଇବାକୁ ଯାଇ ବଡ଼ ଭାଇ ନିଖୋଜ ହୋଇଯାଇଥିଲେ । ଅଗ୍ନିଶମ ବାହିନୀ ତାଙ୍କ ମୃତଦେହକୁ ଉଦ୍ଧାର କରିଛି । ଏଭଳି ଏକ ଅଘଟଣ ବାଙ୍କି ମହାନଦୀ ଦେବିଦ୍ୱାର ଘାଟରେ ଘଟିଛି । ବ୍ୟକ୍ତି ଜଣଙ୍କ ହେଉଛନ୍ତି ଖୋର୍ଦ୍ଧା ନିରାକାରପୁର ଅଞ୍ଚଳର ଅରୁଣ କୁମାର ରାଉତରାୟ । ସୂଚନା ମୁତାବକ, ଗତକାଲି ଅରୁଣ ତାଙ୍କ ସାନ ଭାଇ ଏବଂ କିଛି ସାଙ୍ଗଙ୍କ ସହ ଦେବିଦ୍ୱାର ଘାଟ ଭୋଜି କରିବାକୁ ଯାଇଥିଲେ ।

ମହାନଦୀରେ ପ୍ରବଳ ସ୍ରୋତ ଥିବା ବେଳେ ଅରୁଣଙ୍କ ସାନ ଭାଇ ପାଣିରେ ଭାସିଯାଉଥିଲେ । ଏହି ସମୟରେ ବଡ ଭାଇ ଅରୁଣ ତାଙ୍କୁ ବଞ୍ଚାଇବାକୁ ନଦୀକୁ ଡେଇଁଥିଲେ । ଏବଂ ତାଙ୍କ ସାନ ଭାଇକୁ ବଞ୍ଚାଇବାରେ ସଫଳ ହୋଇଥିଲା । କିନ୍ତୁ ନିଜେ ନଦୀ ପାଣିର ସ୍ରୋତ ଭିତରକୁ ଚାଲିଯାଇଥିଲେ । ଆଉ ଚାହୁଁ ଚାହୁଁ ମହାନଦୀ ପାଣିରେ ନିଖୋଜ ହୋଇଯାଇଥିଲେ । ପରେ ଅଗ୍ନିଶମ ବାହିନୀ ଟିମ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଥିଲେ ।