ଅପରାଧୀଙ୍କ ହାତରେ କେଉଁଠୁ ଆସିଲା ଅତ୍ୟାଧୁନିକ ଏକେ-୪୭ ବନ୍ଧୁକ? ରାଉରକେଲାରେ ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବିଶ୍ୱଜିତ ସାହୁ ଆହତ । ଅନ୍ୟ ଦୁଇ ସହଯୋଗୀ ଗିରଫ

195

କନକ ବ୍ୟୁରୋ: ଅପରାଧୀଙ୍କ ହାତରେ ଏକେ-୪୭ ଭଳି ମାରଣାସ୍ତ୍ର । ଏଭଳି ଏକ ଖବର ଆସିଛି ଇସ୍ପାତ ନଗରୀ ରାଉରକେଲାରୁ । ଅପରାଧ ଘଟାଇବା ପାଇଁ ଯାଉଥିବା ବେଳେ ରାଉରକେଲା ପୋଲିସ ଏନକାଉଣ୍ଟର କରିଥିଲା ଓ ପୋଲିସ ଉପରକୁ ଗୁଳି କରି ଖସିଯିବାକୁ ଉଦ୍ୟମ କରୁଥିବା ବେଳେ କାବୁ କରିଥିବା ଅପରାଧୀଙ୍କ ନିକଟରୁ ଏକେ-୪୭ ବନ୍ଧୁକ ସହ ରିଭଲଭର ଆଦି ଜବତ କରିଛି ପୋଲିସ । ଏବେ ପ୍ରଶ୍ନ ଉଠୁଛି ଏହି ଅପରାଧୀଙ୍କ ନିକଟରୁ ଏକେ-୪୭ ଆସିଲା କିପରି?

  • ଇସ୍ପାତ ନଗରୀରେ ଏନକାଉଣ୍ଟର
  • ଅପରାଧୀଙ୍କଠାରୁ ମିଳିଲା ଏକେ-୪୭

ଅପରାଧୀଙ୍କ ହାତରେ ଏକେ- ୪୭ ବନ୍ଧୁକ । ପୋଲିସ ଗୁଳିରେ ଆହତ ଅପରାଧୀଙ୍କ ଠାରୁ ମିଳିଛି ଏହି ବିପଦଜନକ ମାରଣାସ୍ତ୍ର । ଅପରାଧ ଘଟାଇବା ପାଇଁ ଯାଉଥିବା ବେଳେ ରାଉରକେଲା ପୋଲିସ କରିଛି ଏନକାଉଣ୍ଟର । ପୋଲିସ ଉପରକୁ ଗୁଳି କରି ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ବିଶ୍ୱଜିତ ସାହୁ ନାମକ ଅପରାଧୀ ଗୋଡରେ ଦୁଇଟି ଗୁଳି ବାଜିଥିବା ବେଳେ ତାର ଦୁଇ ସହଯୋଗୀଙ୍କୁ କାବୁ କରିଛି ପୋଲିସ । ଏକେ-୪୭ ବନ୍ଧୁକ ସହ ରିଭଲଭର, ଜୀବନ୍ତ ଗୁଳ ଓ ଏକ କାର ଜବତ କରାଯାଇଛି । ଅପରାଧୀମାନଙ୍କ ପାଖରୁ ଏକେ-୪୭ ଭଳି ମାରଣାସ୍ତ୍ର ମିଳିବା ଏବେ ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟିଛି । କାରଣ ଋଷ ନିର୍ମିତ ଏହି ବନ୍ଧୁକ…

– ବିଭିନ୍ନ ଦେଶର ସୈନ୍ୟ ବାହିନୀ ବ୍ୟବହାର କରିଥାନ୍ତି
– ଆତଙ୍କବାଦୀ ଓ ମାଓବାଦୀ ମଧ୍ୟ ବ୍ୟବହାର କରନ୍ତି
– ଏକସଙ୍ଗରେ ୩୦ଟି ଗୁଳି ଫାଇରିଙ୍ଗ
– ପ୍ରତି ମିନିଟରେ ୬୦୦ ରାଉଣ୍ଡ ଫାଇରିଙ୍ଗ କରିପାରେ
– ୩୦୦ ମିଟର ପର୍ଯ୍ୟନ୍ତ ଲକ୍ଷଭେଦ କରିପାରେ

କଟକର ବହୁଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ଧଳସାମନ୍ତ ଭାଇଙ୍କୁ ଗିରଫ କରାଯିବା ବେଳେ ତାଙ୍କଠାରୁ ମଧ୍ୟ ଅତ୍ୟାଧୁନିକ କାର୍ବାଇନ ବନ୍ଧୁକ ମିଳିଥିଲା । ଆଉ ଏବେ ଏହି ଅପରାଧୀଙ୍କ ଠାରୁ ଏକେ-୪୭ ବନ୍ଧୁକ ମିଳିବା ଘଟଣା ପୋଲିସର ଛାତି ଥରେଇ ଦେଇଛି ।