ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟାକୁ ନେଇ ବଢୁଛି ରହସ୍ୟ । କେଉଁ କାରଣ ପାଇଁ ମାନସିକ ଚାପରେ ଥିଲେ ରାଇମୋହନ?

316

କନକ ବ୍ୟୁରୋ: ଓଲିଉଡର ଲୋକପ୍ରିୟ ଅଭିନେତା ତଥା ଘରେ ଘରେ ଯାତ୍ରା ଜଗତର ଜଣାଶୁଣା କଳାକାର ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା ନେଇ ବଢୁଛି ସନ୍ଦେହ । ଗୋଟିଏ ପଟେ ଆଜି ତାଙ୍କର ବିବାହ ବାର୍ଷିକ ଥିଲା । ଅନ୍ୟପଟେ ଏହା ପୂର୍ବରୁ ଗତକାଲି କାହିଁକି ଓ କେଉଁ ପରିସ୍ଥିତିରେ ରାଇମୋହନ, ଆତ୍ମହତ୍ୟା ପରି ଏକ ଚରମ ନିଷ୍ପତି ନେଲେ ସେ ନେଇ ଅଧିକ ତଥ୍ୟ ହାସଲ କରୁଛି ପୋଲିସ । କୁହାଯାଉଛି ଗତ କିଛି ଦିନ ଧରି ଲାଗିରହିଥିବା ପାରିବାରିକ ବିବାଦ ମାମଲା ଥାନା ପର୍ଯ୍ୟନ୍ତ ପହଞ୍ଚିଥିଲା । ଆଉ ଏହାକୁ ନେଇ ପୋଲିସ ଏକାଧିକ ଥର ରାଇମୋହନଙ୍କ ବାସଭବନକୁ ଆସିଥିବା ସୂଚନା ମିଳିଛି ।

  • ସନ୍ଦେହ ବଢାଉଛି ରାଇମୋହନଙ୍କ ଆତ୍ମହତ୍ୟା?
  • ଆତ୍ମହତ୍ୟାକୁ ନେଇ ଆରମ୍ଭ ହେଲା ଖୋଳତାଡ

ରହସ୍ୟ ଘେରରେ ଓଲିଉଡ ଟାଇଗର ରାଇମୋହନ ପରିଡାଙ୍କ ଆତ୍ମହତ୍ୟା । ରାଇମୋହନ କାହିଁକି ଆତ୍ମହତ୍ୟା କଲେ ତାହା ଜାଣିବା ପାଇଁ ପ୍ରାଚୀବିହାର ସ୍ଥିତ ବାସଭବନରେ ପହଞ୍ଚି ତନାଘନା ତଦନ୍ତ ଚଲାଇଛି ମଞ୍ଚେଶ୍ୱର ଥାନା ପୁଲିସ । ଆତ୍ମହତ୍ୟାର କାରଣ ଏବେ ବି ଅସ୍ପଷ୍ଟ ଥିବା ବେଳେ, ମାନସିକ ଚାପ ହିଁ ତାଙ୍କ ମୃତ୍ୟୁର କାରଣ ବୋଲି ସନ୍ଦେହ କରାଯାଉଛି । କୁହାଯାଉଛି, କିଛି ଦିନ ହେବ ପାରିବାରିକ ସମସ୍ୟା ଲାଗି ରହିଥିଲା । ଏପରିକି ମାମଲା ଥାନା ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା । ଆଉ ଯାହାକୁ ନେଇ ପୁଲିସ ଏକାଧିକ ଥର ରାଇମୋହନଙ୍କ ବାସଭବନକୁ ଆସିଥିବା ସୂଚନା ମିଳିଛି । ତେବେ ବଡ ଘରର ବଡ ଗୁମର ଖୋଲିବାକୁ ପରିବାରର କିଛି ଲୋକଙ୍କୁ ଖୁବଶୀଘ୍ର ତଦନ୍ତ ଘେରକୁ ଅଣାଯିବ ବୋଲି ପୁଲିସ ସୂତ୍ରରୁ ଖବର ମିଳିଛି ।

ପୁଲିସ ପୋଷ୍ଟମର୍ଟମ ରିପୋର୍ଟ ଓ ସାଇଣ୍ଟିଫିକ୍ ଟିମର ରିପୋର୍ଟକୁ ଅପେକ୍ଷା କରିଛି । ପାରିପାର୍ଶ୍ୱିକ ପ୍ରମାଣ ଭାବେ ହାତେଇଥିବା ମୋବାଇଲ ଫୋନରୁ ପୁଲିସକୁ କଲ ଡିଟେଲସ ଓ ମେସେଜ ମିଳିଛି । ସବୁଠାରୁ ବଡ କଥା ହେଉଛି, ଆତ୍ମହତ୍ୟାର ଦିନକ ପରେ ଥିଲା ରାଇମୋହନଙ୍କ ବିବାହ ବାର୍ଷିକୀ । ଧୁମଧାମରେ ବିବାହ ବାର୍ଷିକୀ ପାଳିବାକୁ ପରିବାର ଲୋକେ ବଜାରକୁ ଯାଇଥିଲା ବେଳେ ଅନ୍ୟପଟେ ରାଇମୋହନ ରଶି ଲଗାଇ ଝୁଲିପଡିଥିଲେ । ସେପଟେ ମାନସିକରୋଗ ବିଶେଷଜ୍ଞ କହିଛନ୍ତି ଅତି ଭଲ ପାଉଥିବା ଲୋକ ବାଧିଲା ଭଳି କାମ କଲେ, ଇଛା ବିରୋଧରେ ନିଷ୍ପତି ନେଲେ ମଣିଷ ଆତ୍ମହତ୍ୟାର ବାଟ ବାଛିନିଏ ।

ରାଇମୋହନଙ୍କ ଆତ୍ମହତ୍ୟା ଛାଡି ଯାଇଛି ଅନେକ ଗୁଡିଏ ପ୍ରଶ୍ନ ।
– ହସଖୁସ ମିଜାଜର ରାଇମୋହନ ଏଭଳି ଚରମ ନିଷ୍ପତି ନେଲେ କାହିଁକି?
– ବିବାହ ବାର୍ଷିକୀର ଦିନକ ପୂର୍ବରୁ କାହିଁକି ଜୀବନ ହାରିଲେ ?
– ଏମିତ କଣ ହେଲା, ସେ ବଞ୍ଚିବାକୁ ଚାହିଁଲେ ନାହିଁ ?
– ରାଇମୋହନଙ୍କୁ ଆତ୍ମହତ୍ୟା କରିବା ପାଇଁ କିଏ ପ୍ରବର୍ତାଇ ଥିଲା କି ?
– ଆତ୍ମହତ୍ୟା ପଛରେ ପାରିବାରିକ ଅଶାନ୍ତି ନା ଆଉ କିଛି ?