ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲା ରାହୁଲ । ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ନିଜ ଗାଁକୁ ଫେରିଲା । ଗାଁରେ ଦିଆଗଲା ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

173

କନକ ବ୍ୟୁରୋ: ବୋରୱେଲ ଭିତରେ ଦୀର୍ଘ ୧୦୫ ଘଣ୍ଟାର ସଂଘର୍ଷ । ୧୦ ଦିନ ଧରି ଡାକ୍ତରଖାନାରେ ଜୀବନ ମରଣ ସହ ଲଢେଇ । ଆଉ ଶେଷରେ ମୃତ୍ୟୁକୁ ମାତ୍ ଦେଇ ଜିତିଲା ଜୀବନ । ଛତିଶଗଡ ଜାଞ୍ଜଗିର ବୋରୱେଲ ଭିତରୁ ଉଦ୍ଧାର ହୋଇ ବିଲାସପୁର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ରାହୁଲ ଆଜି ଡାକ୍ତରଖାନାରୁ ନିଜ ଘରକୁ ଫେରିଛି । ଆଉ ଏଥର ମଧ୍ୟ ଛତିଶଗଡର ତମାମ ପ୍ରଶାସନିକ ଓ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ରାହୁଲ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବା ବେଳେ ବିଳାସପୁର ଆପୋଲୋଠାରୁ ନିଜ ଗାଁକୁ ନେବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରି ଥିଲା ପ୍ରଶାସନ ।

ହାତରେ ପୂଜା ଥାଳି, ନଡିଆ ଓ ଦୀପ ଧରି, ଅପେକ୍ଷା କରିଛି ପୁରା ଗାଁ । ଦୀର୍ଘ ୧୦ ଦିନ ପରେ ଘରକୁ ଫେରିବ ଗାଁ ର ପୁଅ । ଏଭଳି ଖବର ଆସିଛି ଜାଞ୍ଜଗିର ଚାମ୍ପା ଜିଲ୍ଲା ପିହରିଦ ଗାଁ ରୁ । ଅନ୍ୟପଟେ ଦୀର୍ଘ ୧୦ ଦିନ ଧରି ରାହୁଲ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ, ବୋରୱେଲରୁ ଉଦ୍ଧାର ପରେ ଗ୍ରୀନ କରିଡରରେ ରାହୁଲ କୁ ବିଲାସପୁର ଡାକ୍ତରଖାନାକୁ ଅଣାଯାଇଥିଲା । ଏବେ ରାହୁଲ ଡାକ୍ତରଖାନା ଡିସଚାର୍ଜ ହେଇଛନ୍ତି । ତେବେ ଦୀର୍ଘର୍ ୧୦ ଦିନ ଧରି ଆପୋଲୋ ଡାକ୍ତରୀଦଳ, ପ୍ରଶାସନିକ ଅଧିକାରୀ ମାନେ ରାହୁୁଲ ପାଇଁ ଅହରହ ଉଦ୍ୟମ କରି ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଥିଲେ ରାହୁଲଙ୍କ ମା ।

ଗତ ୧୦ ତାରିଖରେ ଓ ମୁକୁଲା ବୋରୱେଲ ଭିତରେ ଖସି ପଡି ଥିଲେ ରାହୁଲ । ଦୀର୍ଘ ୧୦୫ ଘଣ୍ଟା ପରେ ୧୫ ତାରିଖ ରାତିରେ ବୋରୱେଲରୁ ଉଦ୍ଧାର ହୋଇ ଥିଲେ ରାହୁଲ । ଏନଡିଆରଏଫ, ଏସଡିଆରଏଫ, ସେନାର ଜବାନ ଅହରହ ପରିଶ୍ରମ ପରେ ଉଦ୍ଧାର ହୋଇ ଥିଲେ ରାହୁଲ । ଶେଷରେ ୧୦ ଦିନର ଚିକିତ୍ସା ପରେ ରାହୁଲ ନିଜ ଘରୁକୁ ଫେରିଛି । ତେବେ ଆଗକୁ ମଧ୍ୟ ରାହୁଲଙ୍କ ସ୍ପିଚ୍ ଥେରାପି ଓ ଫିଜୋ ଥେରାପି ଜାରି ରହିବ ବୋଲି ଜଣା ପଡିଛି ।
ଡାକ୍ତରୀ ଦଳ ଠାରୁ ଆରମ୍ଭ କରି ବିଳାସପୁର ଜିଲ୍ଲାପାଳ, ଏସଏସପି, ସ୍ୱାସ୍ଥ୍ୟ ନିର୍ଦେଶକ, ପ୍ରମୁଖ ରାହୁଳଙ୍କୁ ଭେଟି ବିଭିନ୍ନ ଉପହାର ଦେଇଛନ୍ତି । ଯେଉଁ ଗ୍ରୀନ କରିଡରରେ ବିଳାସପୁର ଅଣା ଯାଇଥିଲା ଠିକ ସେହିପରି ଭାବେ ରାହୁଲଙ୍କୁ ଏକ ସ୍ୱତନ୍ତ୍ର ଗାଡିରେ ତାଙ୍କ ଗାଁ କୁ ପଠାଯାଇଛି । ରାହୁଲ ସୁସ୍ଥ ହୋଇ ଗାଁକୁ ଫେରିବା ଖୁବ୍ ଖୁସିର ମୁହୁର୍ତ୍ତ ବୋଲି କହିଛନ୍ତିି ଜିତେନ୍ଦ୍ର ଶୁକ୍ଲା ।