ଆଜି ପଂଜାବରେ ଭୋଟିଂ । ୧୧୭ ଟି ଆସନରେ ମତଦାନ । ମନ୍ଦିର ଯାଇ ପୂଜାର୍ଚ୍ଚନା କଲେ ମୁଖ୍ୟମନ୍ତ୍ରୀ ଚନ୍ନୀ ।

51

କନକ ବ୍ୟୁରୋ: ପଞ୍ଜାବରେ ଆଜି ସମସ୍ତ ୧୧୭ ଆସନରେ ଭୋଟ ଗ୍ରହଣ କରାଯାଉଛି । ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ଆରମ୍ଭ ସନ୍ଧ୍ୟା ୬ଟା ଯାଏଁ ଭୋଟିଂ ହେବ । ୨କୋଟି ୧୪ଲକ୍ଷ ଭୋଟର ୧ହଜାର ୩୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ୯୧ ଜଣ ମହିଳା ରହିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି, ଆମ ଆଦମୀ ପାର୍ଟି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବତ ସିଂ ମାନ, ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜ୍ୟୋତ ସିଂ ସିଦ୍ଧୁ, ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ ଓ ପ୍ରକାଶ ସିଂ ବାଦଲ, ଶିରୋମଣି ଅକାଳି ଦଳର ଅଧ୍ୟକ୍ଷ ସୁଖବୀର ସିଂ ବାଦଲ ଭଳି ହେଭିୱେଟ ନେତାଙ୍କ ଭାଗ୍ୟ ବାଛିବେ ଜନତା ।

ଭୋଟ୍ ଗ୍ରହଣ ପୂର୍ବରୁ ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଶିବ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ଖରଡରେ ଥିବା ଶିବ ମନ୍ଦିରରେ ମୁଖ୍ୟମନ୍ତ୍ରୀ ଚନ୍ନି ରୁଦ୍ରାଭିଷେକ କରିଛନ୍ତି । ରାଜ୍ୟକୁ ଏକ ଭଲ ସରକାର ମିଳୁ, ପଂଜାବର ବିକାଶ ହେଉ ଓ ସମସ୍ତଙ୍କ ମଙ୍ଗଳକମନା କରି ପୂଜାର୍ଚ୍ଚନା କରିଥିବା କହିଛନ୍ତି । ଏବେ ଭୋଟ୍ ଦେବାର ସମୟ, ପଂଜାବର ଜନତା କାହାକୁ ଭୋଟ୍ ଦେବେ ତାହା ସେମାନଙ୍କର ନିଷ୍ପତ୍ତିି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।