ଭୋଟଗ୍ରହଣ ବେଳେ ବିଡ଼ିଓଙ୍କୁ ଆକ୍ରମଣ । କୋରେଇରେ ୪ଟି ବୁଥରେ ମତଦାନ ବନ୍ଦ ।

274

କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଆଉ ଏସବୁ ଭିତରେ ଯାଜପୁରରେ ଭୋଟଦାନ ସମୟରେ ଉତ୍ତେଜନା ଦେଖିବାକୁ ମିଳିଛି । ନିର୍ବାଚନ ସମୟରେ କୋରେଇ ବିଡିଓଙ୍କୁ ଆକ୍ରମଣ କରାଯାଇଛି । କିଛି ଦୁବୃର୍ତ୍ତ କୋରେଇ ବିଡ଼ିଓଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି । ଫଳରେ କୋରେଇ ବ୍ଲକର ୪ଟି ବୁଥରେ ମତଦାନ ବନ୍ଦ ରହିଛି । ୮,୯,୧୦,୧୧ ନମ୍ବର ବୁଥରେ ମତଦାନକୁ ବନ୍ଦ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ସ୍ୱାଭାବିକ କରିବାକୁ ଚେଷ୍ଟା ଜାରି ରଖିଛି ।

ଅନ୍ୟପଟେ ନୂଆପଡା ଖଡିଆଳରେ ଭୋଟ ବେଳେ ଉତ୍ତେଜନା ଦେଖିବାକୁ ମିଳିଛି । ସାନମହେଶ୍ୱର ପଞ୍ଚାୟତର ୧୩ ନମ୍ବର ବୁଥରେ ଉତ୍ତେଜନା ।ବୁଥରେ ଅନ୍ୟ ଏକ ୱାର୍ଡର ଭୋଟରଙ୍କୁ ଏଜେଣ୍ଟ କରାଯାଇଥିବାରୁ ଉତ୍ତେଜନା । ଉତ୍ତେଜନା ଯୋଗୁଁ ୧୩ ନମ୍ବର ବୁଥରେ ମତଦାନ ବନ୍ଦ ରହିଛି ।

ଏସବୁ ଭିତରେ ଆଜି ସକାଳ ୭ଟାରୁ ୬୩ ବ୍ଲକର ୧୭୧ ଜିଲ୍ଲା ପରିଷଦ ଆସନ ପାଇଁ ମତଦାନ ଆରମ୍ଭ ହୋଇଛି । ଏହାଛଡା ୧୩୮୨ଟି ପଞ୍ଚାୟତ ଓ ୧୮ ହଜାର ୪୯୫ଟି ୱାର୍ଡରେ ମଧ୍ୟ ନିର୍ବାଚନ ହେବ । ଏହି ତୃତୀୟ ପର୍ଯ୍ୟାୟରେ ବଡ ବଡ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ । ଏମାନଙ୍କ ମଧ୍ୟରେ ଅଛନ୍ତି ମନ୍ତ୍ରୀ ଅରୁଣ ସାହୁ, ପ୍ରମିଳା ମଲ୍ଲିକ, ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହ, ବିଧାୟିକା ରୀତା ସାହୁ ଓ ବିଧାୟକ ସୁର ରାଉତରାୟ ।