ଭିନିଲ୍ କ୍ରିଷ୍ଣା ଅପହରଣ ମାମଲାରେ ମାଲକାନଗିରି ଏଡିଜେଙ୍କ ରାୟ

31

ମାଲକାନଗିରି : ମାଲକାନଗିରି ତତକାଳୀନ ଜିଲ୍ଲାପାଳ ଭିନିଲ୍ କ୍ରିଷ୍ଣା ଅପହରଣ ମାମଲାରେ ମାଲକାନଗିରି ଜିଲ୍ଲା ଅତିରିକ୍ତ ଦୌରାଜଜ୍ ୨ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ମାଲକାନଗିରି ଜିଲ୍ଲା ଅତିରିକ୍ତ ଦୌରାଜଜ୍ ଏହି ଦଣ୍ଡାଦେଶ ଦେଇଛନ୍ତି । ହାର୍ଡକୋର ମହିଳା ମାଓ ନେତ୍ରୀ ଏମ୍ .ଦିବ୍ୟା ଓରଫ ଶାନ୍ତି ଓ ପୂର୍ବତନ ସରକାରୀ କର୍ମଚାରୀ ତପନ ସାହା ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ମାଓ ସହଯୋଗୀ ଘାସି ପାଙ୍ଗି ନିର୍ଦୋଷରେ ଖଲାସ ହୋଇଛନ୍ତି । ୨୦୧୧ ଫେବୁଆରୀ ୧୬ରେ ବିଚ୍ଛିନ୍ନାଂଚଳରୁ ଭିନିଲ୍ କ୍ରିଷ୍ଣାଙ୍କୁ ଅପହରଣ କରିନେଇଥିଲେ ମାଓବାଦୀ ।