ସିଟି ଓ ଜିଏସଟି ଅଧିକାରୀ ଚିତ୍ତରଞ୍ଜନ ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍: ମିଳିଲା ପୁଳା ପୁଳା ଟଙ୍କା ଓ ସୁନା

8,904

କନକ ବ୍ୟୁରୋ: ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପରେ କାର୍ଯ୍ୟରତ ସିଟି ଜିଏସଟି ଅଧିକାରୀ ଚିତରଂଜନ ମହାନ୍ତିଙ୍କଠାରୁ ୧ କେଜି ୧୩୫ ଗ୍ରାମ ସୁନା ଓ ୬ ଲକ୍ଷ ୫୯ ହଜାର ଟଙ୍କା ଜବତ କରିଛି କଟକର ସ୍ୱତନ୍ତ୍ର ଭିଜିଲାନ୍ସ ଟିମ । ଜବତ ସୁନା ମଧ୍ୟରେ ୧୯ ସୁନା ବିସ୍କୁଟ ରହିଛି । ଗତ ୩୧ ତାରିଖ ଦିନ ଚିତରଂଜନ ଏକ ଜିଏସଟି କେସ କ୍ଲୋଜ କରିବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୮୦ ହଜାର ଟଙ୍କା ଲାଂଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ପରେ ଭିଜିଲାନ୍ସ ଟିମ ତାଙ୍କର ଦୁଇଟି ବ୍ୟାଙ୍କ ଆକାଂଉଟ ଓ ଲକର ସମେତ ବାସଭବନ ଓ ଅନ୍ୟ ସ୍ଥାନରେ ଚଢାଉ କରି ଏଭଳି ବିପୁଳ ସମ୍ପତି ଠାବ କରିଛି । ଏହାସହିତ ଗୋଟିଏ ଆକ୍ଟିଭା ସ୍କୁଟର ଓ ଏକ କାର ଯାହାର ମୂଲ୍ୟ ୧୫ ଲକ୍ଷ ଟଙ୍କା, କଟକ ସିଡିଏରେ ୭୦ ଲକ୍ଷ ଟଙ୍କାର ଘର , ମ୍ୟୁଚୁଆଲ ଫଣ୍ଡ ଓ ବୀମା , ବ୍ୟାଙ୍କ ଜମା ବାବଦରେ ୧ କୋଟି ୪ ଲକ୍ଷ ଠାବ ହୋଇଛି । ଆଉ କେତେ ସମ୍ପତି ରହିଛି ସେ ନେଇ ଚଢାଉ ଜାରି ରଖିଛି ।