ରଙ୍ଗବତୀର ଗାୟିକା କ୍ରିଷ୍ଣା ପଟେଲ ପାଇଲେ ପଦ୍ମଶ୍ରୀ: ରାଷ୍ଟ୍ରପତି ଭବନରେ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

3,228

କନକ ବ୍ୟୁରୋ: ସମ୍ବଲପୁରର କ୍ରିଷ୍ଣା ପଟେଲଙ୍କୁ ମିଳିଛି ପଦ୍ମଶ୍ରୀ ପୁରସ୍କାର । ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ରଂଗବତୀ ଗୀତ ଗାଇ କ୍ରିଷ୍ଣା ପଟେଲ ପ୍ରସିଦ୍ଧି ଲାଭ କରିଥିଲେ । ବହୁବର୍ଷ ପରେ ଆଜି ବି ରଂଗବତୀ ଗୀତର କ୍ରେଜ୍ ରହିଛି । କେବଳ ଓଡିଶାରେ ନୁହେଁ ଦେଶବିଦେଶରେ ମଧ୍ୟ ଏହି ଗୀତ ବେଶ ଲୋକପ୍ରିୟ ହୋଇପାରିଛି । ସଂଗୀତ କ୍ଷେତ୍ରରେ ଉଲେଖନୀୟ ଅବଦାନ ଯୋଗୁଁ ତାଙ୍କୁ ମିଳିଛି ଦେଶର ଚତୁର୍ଥ ସର୍ବୋଚ୍ଚ ବେସାମରୀକ ସମ୍ମାନ । ପଦ୍ମଶ୍ରୀ ପାଇଁ ତାଙ୍କୁ ମନୋନୀତ କରାଯିବା ପରେ ସେ ଖୁସି ଜାହିର କରିଛନ୍ତି ଓ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।