ପୌର ନିର୍ବାଚନ ପାଇଁ ଦାଖଲ ହୋଇଥିବା ନାମାଙ୍କନ ପତ୍ର ଯାଞ୍ଚ । ଅଧ୍ୟକ୍ଷ/ ମେୟର ପଦ ପାଇଁ ନାମାଙ୍କନ କରିଥିବା ୨୨ ଜଣଙ୍କ ପ୍ରାର୍ଥୀପତ୍ର ନାକଚ

କାଉନସିଲର/କର୍ପୋରେଟର ପଦ ପାଇଁ ନାମାଙ୍କନ କରିଥିବା ୭୮ ଜଣଙ୍କ ପ୍ରାର୍ଥୀପତ୍ର ନାକଚ

135

କନକ ବ୍ୟୁରୋ: ପୌର ନିର୍ବାଚନ ପାଇଁ ଦାଖଲ ହୋଇଥିବା ନାମାଙ୍କନ ପତ୍ରର ଯାଞ୍ଚ ହୋଇଛି । ଆଉ ଏହି ନାମାଙ୍କନ ପତ୍ର ଯାଞ୍ଚ ବେଳେ ଅନେକ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ରକୁ ନାକଚ କରାଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ, ଅଧ୍ୟକ୍ଷ/ ମେୟର ପଦ ପାଇଁ ନାମାଙ୍କନ କରିଥିବା ୨୨ ଜଣ ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ରକୁ ନାକଚ କରିଦିଆଯାଇଛି । ସେହିପରି କାଉନସିଲର/କର୍ପୋରେଟର ପଦ ପାଇଁ ନାମାଙ୍କନ କରିଥିବା ୭୮ ଜଣଙ୍କ ପ୍ରାର୍ଥୀପତ୍ର ନାକଚ କରାଯାଇଥିବା ସୂଚନା ରହିଛି ।

ସୂଚନାଯୋଗ୍ୟ ଯେ ରାଜ୍ୟର ୩ଟି ମହାନଗର ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ସମେତ ୧୦୬ ପୌର ପରିଷଦ ପାଇଁ ଆସନ୍ତା ୨୪ ତାରିଖରେ ଭୋଟ୍ ପଡିବ । ଯାହାର ଫଳାଫଳ ମାର୍ଚ୍ଚ ୨୬ ତାରିଖରେ ଆସିବ । ଏହାପରେ ଏପ୍ରିଲ ୭ ତାରିଖରେ ପୌର ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ହେବ, ଏପ୍ରିଲ ୮ ତାରିଖରେ ଡେପୁଟି ମେୟର ନିର୍ବାଚନ ହେବ । ପୌର ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ପ୍ରାର୍ଥୀମାନେ ଏବେ ଭୋଟରମାନଙ୍କ ବିଶ୍ୱାସ ଜିତିବା ପାଇଁ କସରତ ଆରମ୍ଭ କରିଦେଇଛନ୍ତି ।