ନିରାମିଷର ଗାଁ ଭୂବନର ବେଣ୍ଟଶାଳିଆ। ପିଢି ପରେ ପିଢି ଲୋକଙ୍କୁ ଜଣାନାହିଁ ଆମିଷ କଣ?

320

କନକ ବ୍ୟୁରୋ: ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏମିତି ଏକ ଗାଁ ଅଛି ଯାହାକୁ ନିରାମିଷ ଗାଁ ବୋଲି କୁହାଯାଏ । ବାସ୍ତବରେ ବି ଏହି ଗାଁରେ ଆମିଷ କଣ ଲୋକଙ୍କୁ ଜଣାନାହିଁ । ଗାଁରେ ଆଜିଯାଏ କେହି ବି ଜଣେ ଆମିଷ ଖାଇନାହାନ୍ତି । ଅର୍ଥାତ ସମ୍ପୁର୍ଣ୍ଣ ଗାଁର ଲୋକେ ହେଉଛନ୍ତି ନିରାମୀଷାସି । ଲୋକମାନେ ସାଧାରଣତଃ  କାର୍ତିକ ଓ ମାଘ ମାସରେ ନିରାମିଷ ଖାଇଥାନ୍ତି । ହେଲେ ଏହି ଗାଁର ପ୍ରତିଟି ଲୋକ ନିରାମିଷ ଖାଉଛନ୍ତି ।

ଏହି ଗାଁ ହେଉଛି ଢେଙ୍କାନାଳ ଭୂବନଠାରୁ କିଛି ଦୂରରେ ଥିବା ବେଣ୍ଟଶାଳିଆ । ବର୍ଷ ବର୍ଷ ଧରି ଗାଁରେ ରହିଛି ଏହି ନିିୟମ । ଗାଁର କୌଣସି ଲୋକ ଆମିଷ ଖାଆନ୍ତିନାହିଁ । ଆମିଷ ଗାଁକୁ ନପଶିବାର ବି ରହିଛି ବହୁ ପୁରୁଣା କଥା । ଆଉ ସେହିପୁରୁଣା ପ୍ରଥା ପରମ୍ପରାକୁ ମାନି ଲୋକେ ଏବେ ବି ଆମିଷ ଖାଉନାହାନ୍ତି । ଏନେଇ  ଲୋକଙ୍କ ମନରେ କିଛି ଆଧ୍ୟାତ୍ମିକ ବିଶ୍ୱାସ । ତେବେ ନିରାମିଷ ଖାଇବାର କଣ ରହିଛି କାରଣ ? ଏ ନେଇ କଣ ରହିଛି ପୁରୁଣା ବିଶ୍ୱାସ । ଲୋକଙ୍କ କହିବା ଅନୁସାରେ ରାଜରାଜୁଡା ସମୟରେ ଗାଁର ଲୋକଙ୍କୁ ଜବରଦସ୍ତି ଆମିଷ ଖାଇବାକୁ କୁହାଯାଇଥିଲା । ହେଲେ ଲୋକଙ୍କ ଆଧ୍ୟାତ୍ମିକ ବିଶ୍ୱାସ ଆଗରେ ହାର ମାନିଥିଲେ ରାଜା । ଯାହାର ଆଧାରରେ ଗାଁର ଲୋକମାନେ ବର୍ଷ ବର୍ଷ ଧରି ସେହିଭଳି ଆମିଷ ନଖାଇ ରହିଛନ୍ତି । ଖାଲି ସେତିକିି ନୁହେଁ ଏହି ଗାଁରେ ଦେଖିବାକୁ ମିଳେ ଆଧ୍ୟାତ୍ମିକ ପରିବେଶ । ଗାଁରେ ଜମାରୁ ବି ଆମିଷ ପ୍ରବେଶ ଉପରେ ବାରଣ ଥିବାରୁ ଗାଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।