ଦୁର୍ଦ୍ଦିନରେ ବିତୁଛି କେନ୍ଦରା ବଜାଉଥିବା କଳାକାରଙ୍କ ଜୀବନ। କେନ୍ଦରା ଗୀତ ମାଧ୍ୟମରେ କଲେ ଅଭିଯୋଗ। 

89

କନକ ବ୍ୟୁରୋ: ହଜିଯାଉଛି ଲୋକକଳା । ଦୁର୍ଦ୍ଦିନରେ ବିତୁଛି କଳାକାର ଜୀବନ । କୌଣସି ପ୍ରକାରର ସାହାଯ୍ୟ ସହଯୋଗ ମିଳୁନଥିବାରୁ ହଜିଯିବାକୁ ବସିଛି ପୁରୁଣା ପାରମ୍ପରିକ ଲୋକକଳା। ତେବେ ଏହାର ପ୍ରତିବାଦ କରିବା ସହ କେନ୍ଦରା ଗୀତ ମାଧ୍ୟମରେ ଅଭିଯୋଗ ଜଣାଇଛନ୍ତି ଏହି କେନ୍ଦରା କଳାକାର । ଦିନ ଥିଲା ଗାଁ ଗଣ୍ଡାରେ ଏହି ଗୀତ ଶୁଣିବାକୁ ମିଳୁଥିଲା । ହେଲେ ଏବେ କଳାକାର ଜୀବନ ଯେମିତି ଦୁର୍ବିସହ ହୋଇପଡିଛି ।

ତେବେ ହଜିଯାଉଥିବା ଏକହି ପରମ୍ପରା ବଞ୍ଚାଇ ରଖିବାକୁ ଯୋଗୀ ସମ୍ପ୍ରଦାୟର କଳାକାର ମାନେ କେନ୍ଦରା ବଜାଇ ପ୍ରଶାସନ ସାମନାରେ ଗୁହାର ଲଗାଇଛନ୍ତି । କଳାକାର ମାନଙ୍କୁ କିଛି କିଛି ସହୟତା ଦିଆଯିବାକୁ ଅନୁରୋଧ କରିଛନ୍ତି । ସାହାଯ୍ୟ ସହଯୋଗ ମିଳିପାରିଲେ ସେମାନେ ତାଙ୍କର ହଜିଯାଉଥିବ ଏହି ପରମ୍ପରାକୁ ବଞ୍ଚାଇ ରଖିପାରିବେ ।