କପି ରୋକିବା ପାଇଁ ୟୁପି ବୋର୍ଡ଼ ପରୀକ୍ଷାରେ ଯାଞ୍ଚ କଡ଼ାକଡ଼ି : ପରୀକ୍ଷା ଦେଲେନି ୪୦,୦୦୦ରୁ ଅଧିକ ଛାତ୍ରୀ

125

କନକ ବ୍ୟୁରୋ : ୟୁପି ବୋର୍ଡ଼ ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇଁ ଯାଂଚ କଡ଼ାକଡ଼ି କରାଯାଇଥିଲା । ତେବେ ଯାଂଚ ହେବା ଯୋଗୁଁ ୪୦,୩୯୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସିଲେ ନାହିଁ । ସୂଚନାଯୋଗ୍ୟ ୭ ଫେବୃୟାରୀରେ ବୋର୍ଡ଼ ପରୀକ୍ଷା ଆରମ୍ଭ ହୋଇଥିଲା । ଆଉ ଦ୍ୱିତୀୟ ଦିନ ଏପରି ଘଟଣା ଘଟିଛି । ତେବେ ଏହା ପ୍ରଥର ଥର ନୁହେଁ ଗତବର୍ଷ ମଧ୍ୟ ଏହି ଘଟଣା ଘଟିଥିଲା ।

ୟୁପି ମାଧ୍ୟମିକ ଶିକ୍ଷା ପରିଷଦର ତଥ୍ୟ ଅନୁସାରେ ପ୍ରଥମ ଦିନ ୨୦,୬୭୫ ଜଣ ପରୀକ୍ଷା ଦେବାପାଇଁ ଆସିନଥିଲେ । ଉତ୍ତର ପ୍ରଦେଶ ବୋର୍ଡ ସେକ୍ରେଟାରିଙ୍କ ହିସାବରେ ପ୍ରାୟ ୪୦, ୩୯୨ ଜଣ ପିଲା ପରୀକ୍ଷା ଦେବାକୁ ଆସି ନାହାନ୍ତି । ପ୍ରଥମ ଦୁଇ ଦିନ ପରୀକ୍ଷା ପରେ ଉପସ୍ଥିତ ହୋଇଥିବା ପିଲାଙ୍କ ଉପସ୍ଥାନ ମେଳ କରିବା ପରେ ଏକଥା ଜଣାପଡ଼ିଥିଲା । ତେବେ ‘କପି’ ପାଇଁ ଯାଂଚ କଡ଼ାକଡ଼ି କରାଯିବାରୁ ନା ଅନ୍ୟ କିଛି କାରଣ ପାଇଁ ଏପରି ହୋଇଛି, ତାହା ଠିକ୍ ଭାବେ ସ୍ପଷ୍ଟ ହୋଇନାହିଁ ।