ହାତ ରନ୍ଧା ଖାଦ୍ୟ ଖାଇବାକୁ ଦେଇ ଜିତିଥିଲେ ମୁନ୍ନାଭାଇଙ୍କ ମନ! ସି ଗ୍ରେଡ୍ ସିନେମାରୁ ସଞ୍ଜୟଙ୍କ ପତ୍ନୀ . . ପଢନ୍ତୁ ମାନ୍ୟତାଙ୍କ ଜୀବନ ଯାତ୍ରା

25

ଅଧିକାଂଶ ସମୟ ନିଜ ପିଲାମାନଙ୍କ ସହ ବୋଲ୍ଡ ଅବତାରରେ ନଜର ଆସନ୍ତି ସଞ୍ଜୁ ବାବାଙ୍କ ପତ୍ନୀ ମାନ୍ୟତା । ମାନ୍ୟତା ନିଜ ପିଲା ଏବଂ ପରିବାର ପ୍ରତି ଖୁବ୍ ଯତ୍ନଶୀଳ ମଧ୍ୟ । ତେବେ ସଞ୍ଜୟ ଦତ୍ତଙ୍କ ପତ୍ନୀ ହେବା ବ୍ୟତୀତ ମାନ୍ୟତାଙ୍କର ନିଜର ଏକ ସ୍ୱତନ୍ତ୍ର ପରିଚୟ ଅଛି । ଯାହା ଖୁବ୍ କମ୍ ଲୋକ ଜାଣନ୍ତି । ଏକଥା ମଧ୍ୟ ଖୁବ୍ କମ୍ ଲୋକ ଜାଣନ୍ତି ଯେ ମୁନ୍ନା ଭାଇଙ୍କ ଜୀବନକୁ କେମିତି ଆସିଲେ ମାନ୍ୟତା । ଜାଣନ୍ତୁ ମାନ୍ୟତାଙ୍କ ଜୀବନ ଏବଂ କ୍ୟାରିୟର୍ ସହ ଜଡିତ କିଛି ଅଜଣା କଥା ।

ମାନ୍ୟତାଙ୍କ ଜନ୍ମ ଏକ ମୁସଲିମ୍ ପରିବାରେ ହୋଇଥିଲା । ତାଙ୍କ ପ୍ରକୃତ ନାଁ ଥିଲା ଦିଲନବାଜ୍ ଶେଖ୍ । ବଲିଉଡରେ ପାଦ ରଖିବା ପରେ ନାଁ କୁ ପରିବର୍ତ୍ତନ ସାରା ଖାନ୍ ରଖିଥିଲେ । ‘ଗଙ୍ଗାଜଲ’ର ଆଇଟମ୍ ସଙ୍ଗ୍ ପରେ ପୁଣି ଥରେ ନାଁ ବଦଳାଇ ରଖିଥିଲେ ମାନ୍ୟତା । ବଲିଉଡରେ ପାଦ ଦେବାର ଅନେକ ଦିନ ପରେ ପ୍ରଥମ ଥର ପାଇଁ ତାଙ୍କୁ ପ୍ରକାଶ ଝାଙ୍କ ସିନେମା ‘ଗଙ୍ଗାଜଲ୍’ ରେ ହିିଁ ପରିଚୟ ମିଳିଥିଲା । ଏଥିରେ ଥିବା ଆଇଟମ୍ ସଙ୍ଗରେ ଜବରଦସ୍ତ ଡ୍ୟାନ୍ସ କରିଥିଲେ ମାନ୍ୟତା ।

ତେବେ ଜଣେ ସଫଳ ଅଭିନେତ୍ରୀ ହେବାକୁ ସ୍ୱପ୍ନ ଦେଖିଥିବା ମାନ୍ୟତାଙ୍କୁ ଭାଗ୍ୟ କିନ୍ତୁ ସାଥ୍ ଦେଇ ନଥିଲା । କୌଣସି ବଡ ସିନେମାରେ ସୁଯୋଗ ନମିଳିବାରୁ ବାଧ୍ୟ ହୋଇ ବି ଏବଂ ସି ଗ୍ରେଡ୍ ସିନେମାରେ ଅଭିନୟ କରିଥିଲେ ମାନ୍ୟତା । ଭାବିଥିଲେ ପ୍ରକାଶ ଝାଙ୍କ ସିନେମାରେ ଆଇଟମ୍ ଗୀତ ପରେ ବୋଧେ ତାଙ୍କୁ ଭଲ ସିନେମାର ଅଫର୍ ମିଳିବ । କିନ୍ତୁ ସେମିତି କିଛି ହୋଇ ନଥିଲା ।

ମାନ୍ୟତାଙ୍କ ଭାଗ୍ୟ ସେତେବେଳେ ପରିବର୍ତ୍ତନ ହୋଇଥିଲା ଯେତେବେଳେ ସଞ୍ଜୟ ଦତ୍ତ ତାଙ୍କ ଅଭିନିତ ଏକ ସି ଗ୍ରେଡ୍ ସିନେମା ‘ ଲଭର୍ସ ଲାଇକ୍ ୟୁ’ର ରାଇଟସ୍ ୨୦ ଲକ୍ଷ ଦେଇ କିଣିଥିଲେ । ଏହି ସମୟରେ ପ୍ରଥମ ଥର ପାଇଁ ମୁନ୍ନା ଭାଇଙ୍କ ସହ ମାନ୍ୟତାଙ୍କ ଦେଖା ହୋଇଥିଲା । ତେବେ ସେତେବେଳେ ଜଣେ ଜୁନିୟର୍ କଳାକାର ନାଦିୟାଙ୍କ ସଞ୍ଜୟଙ୍କ ସହ ଆଫେୟାର୍ ଚାଲିଥିଲା ।

ଏହା ପରେ ଧୀରେ ଧୀରେ ମାନ୍ୟତା , ସଞ୍ଜୟ ଦତ୍ତଙ୍କୁ ଦେଖା କରିବାକୁ ଲାଗିଲେ । ଯେବେ ବି ନାଦିୟା ସହର ବାହାରକୁ ଯାଉଥିଲେ ସଞ୍ଜୟଙ୍କ ଘରେ ପହଂଚିଯାଉଥିଲେ ମାନ୍ୟତା । ଆଉ ନିଜ ହାତ ତିଆରି ଖାଦ୍ୟ ଖାଇବାକୁ ଦେଇ ସଞ୍ଜୟଙ୍କୁ ଇମ୍ପ୍ରେସ୍ କରିବାକୁ ଚେଷ୍ଟା କରୁଥିଲେ । ହେଲେ ସଞ୍ଜୟ କିଛି ବୁଝି ପାରୁ ନଥିଲେ ।

ଗୋଟିଏ ପଟେ ନାଦିୟା ସବୁବେଳେ ସଞ୍ଜୟଙ୍କ କ୍ରେଡିଟ୍ କାର୍ଡରେ ସପିଂ କରୁଥିବା ବେଳେ ଅନ୍ୟପଟେ ମାନ୍ୟତା କିଛି ମାଗୁ ନଥିଲେ । ଆଉ ଏହି କାରଣ ପାଇଁ ସଞ୍ଜୟ ଏବଂ ମାନ୍ୟତାଙ୍କ ମଧ୍ୟରେ ସଂପର୍କ ନିବିଡ ହେବାରେ ଲାଗିଲା । ପରେ ୨୦୦୮ରେ ଉଭୟ ବିବାହ କରିଥିଲେ ।