ଦଶମ ଶ୍ରେଣୀ ଛାତ୍ରର ସାହସିକତା : ଦୁର୍ବୁତ୍ତ କବଳରୁ ବାପା-ମାଆଙ୍କୁ ବଞ୍ଚାଇଲା ନାବାଳକ

341

କନକ ବ୍ୟୁରୋ : ଦଶମ ଶ୍ରେଣୀ ଛାତ୍ରର ସାହସିକତା । ଉପସ୍ଥିତ ବୁଦ୍ଧି ଖଟାଇ ବାପା, ମାଆଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଛି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଂସର ଗାଁର ସାହାସି ନାବାଳକ ଛାତ୍ର । ବିଳମ୍ବିତ ରାତିରେ ବାପା ମାଆଙ୍କୁ ଆକ୍ରମଣ କରିଥିଲା ଦୁର୍ବୃତ୍ତ । ଭୁଜାଲି ଧରି ବାପା ମାଆଙ୍କୁ ଆକ୍ରମଣ କରିଥିଲା ଅପରାଧି । ଏହି ସମୟରେ ଉପସ୍ଥିତ ବୁଦ୍ଧି ଖଟାଇ ଦୁର୍ବୃତ୍ତକୁ କାବୁ କରିବା ସହ ତାର ହାତକୁ ଗାମୁଛାରେ ବାନ୍ଧିଥିଲା । ଏହାପରେ ଗାଁ ଲୋକ ଓ ପୋଲିସକୁ ଖବର ଦେଇଥିଲା ସାହାସି ନାବାଳକ । ପରେ ପୋଲିସ ଘଟଣାସ୍ଥଳରେ ପହଁଚି ଅପରାଧିକୁ ବାନ୍ଧି ଥିଲା । ଘଟଣାଟି ସମଗ୍ର ଅଞ୍ଚଳରେ ଚହଳ ସୃଷ୍ଟି କରିଛନ୍ତି ।

ସ୍ଥାନୀୟ ଲୋକେ ନାବାଳକ ଛାତ୍ରର ସାହସିକତାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ପୋଲିସର ସୂଚନା ଅନୁସାରେ, କେନ୍ଦ୍ରାପଡା କଂସର ଗାଁର ଗଗନ ଲେଙ୍କା ନିଜ ମିଝିଆଁ ଝିଅକୁ ତିନି ବର୍ଷ ପୂର୍ବେ ବିବାହ କରାଇଥିଲେ । କିନ୍ତୁ ସ୍ୱାମୀ-ସ୍ତ୍ରୀ ମଧ୍ୟ ମତାନ୍ତର ହେବାରୁ ଝିଅକୁ ଆଣି ଅନ୍ୟତ୍ର ବାହା ଦେଇଥିଲେ ବାପା ଗଗନ ଲେଙ୍କା । ଏହି ଘଟଣାର ପ୍ରତିଷୋଧ ନେବାକୁ ପୂର୍ବତନ ଜ୍ୱାଇଁ ଗଗନ ଲେଙ୍କା ଓ ତାଙ୍କ ପତ୍ନୀଙ୍କ ଉପରେ ଭୁଜାଲି ଦ୍ୱାରା ଆକ୍ରମଣ କରିଥିଲେ । ଏତିକିବେଳେ ସାହସିକତା ଦେଖାଇ ସେମାନଙ୍କ ଜୀବନ ବଂଚାଇଛି ନାବାଳକ ପୁଅ । ଏତେ କମ୍ ବୟସରେ ବାପା-ମାଆଙ୍କ ଜୀବନ ବଞ୍ଚାଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।