ଜାନକୀନାଥ ଭବନରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ କେନ୍ଦ୍ରମନ୍ତ୍ରୀ : କହିଲେ, ନେତାଜୀଙ୍କ ପରାକ୍ରମ ଯୁବପୀଢିଙ୍କୁ ଶତାବ୍ଦି ଶତାବ୍ଦି ଧରି ପ୍ରେରିତ କରିବ 

52
  • ନେତାଜୀଙ୍କ ସାହାସ, ବୀରତ୍ୱ ଓ ଆତ୍ମବଳିଦାନର ଗାଥା ଥିଲା ଅତୁଳନୀୟ
  • “ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି” ଏ ଦୁଇଟି ଶବ୍ଦ ସେ ସମୟରେ ଯୁବକଙ୍କ ମଧ୍ୟରେ
    ନୂଆ ଉନ୍ମାଦନା ସୃଷ୍ଟି କରିଥିଲା

କନକ ବ୍ୟୁରୋ : ଓଡ଼ିଶା ମାଟିର ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରାକ୍ରମ ତଥା ଦେଶ ସ୍ୱାଧୀନତା ପାଇଁ ତାଙ୍କର ସଂଘର୍ଷ, ତ୍ୟାଗ, ବଳିଦାନ ଓ ସଂସ୍କାର ଯୁବପୀଢିଙ୍କୁ ଶତାବ୍ଦି ଶତାବ୍ଦି ଧରି ପ୍ରେରିତ କରିବ ବୋଲି ଶନିବାର ନେତାଜୀଙ୍କ ୧୨୫ ତମ ଜୟନ୍ତୀ ତଥା ‘ପରାକ୍ରମ ଦିବସ’ ଅବସରରେ କଟକ ଓଡ଼ିଆ ବଜାର ସ୍ଥିତ ଜାନକୀନାଥ ଭବନ ଠାରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ।

ସେ କହିଛନ୍ତି, ଭାରତବର୍ଷର ଅଦ୍ୱିତୀୟ ଜନଜାୟକ ତଥା ଭାରତର ସ୍ୱତନ୍ତ୍ର ସଂଗ୍ରାମର ଅଗ୍ରଣୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିଜକୁ ଗୌରବାନ୍ୱିତ ମନେ କରୁଛି । ନେତାଜୀଙ୍କ ସଂଘର୍ଷ, ବଳିଦାନ, ତ୍ୟାଗର ଗାଥାକୁ ଆଗକୁ ନେବା ପାଇଁ ଚଳିତବର୍ଷ ଠାରୁ ନେତାଜୀଙ୍କ ଜୟନ୍ତୀକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରିବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ଫଳରେ ଆଗାମୀ ଶତାବ୍ଦି ଶତାବ୍ଦି ଯାଏ ନେତାଜୀଙ୍କ ସଂଘର୍ଷ, ତ୍ୟାଗ, ବଳିଦାନ ଓ ତାଙ୍କ ବିଚାରଧାରାକୁ ଲୋକମାନେ ପଢ଼ିବା ସହ ପ୍ରେରିତ ହେବେ ।

ଦେଶର ସ୍ୱତନ୍ତ୍ରତା ଆଣିବାରେ ନେତାଜୀଙ୍କ ନେତୃତ୍ୱ ପ୍ରମୁଖ ଭୂମିକା ନିର୍ବାହ କରିଥିଲା । “ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି” ଏ ଦୁଇଟି ଶବ୍ଦ ଭାରତର ସେ ସମୟରେ ଯୁବକଙ୍କ ମଧ୍ୟରେ ନୂଆ ଉନ୍ମାଦନା ସୃଷ୍ଟି କରିଥିଲା । ନେତାଜୀଙ୍କୁ ଏହି ସଂସ୍କାର ଐତିହାସିକ କଟକ ସହରରୁ ମିଳିଥିଲା । ସଶସ୍ତ୍ର ସଂଗ୍ରାମର ମହାନାୟକ ନେତାଜୀଙ୍କ ସାହାସ, ବୀରତ୍ୱ ଓ ଆତ୍ମବଳିଦାନର ଗାଥା ଥିଲା ଅତୁଳନୀୟ । ଦେଶମାତୃକା ପାଇଁ ବଳିଦାନ ଦେବାର ଅନନ୍ୟ ଉଦାହରଣ ସେ ସୃଷ୍ଟି କରିଥିଲେ । ନେତାଜୀଙ୍କ ପରାକ୍ରମ ଓ ଦେଶଭକ୍ତି ଆଜି ମଧ୍ୟ ଆମ ଯୁବପିଢିଙ୍କୁ ପ୍ରେରଣା ଦେଉଛି ।