ଅଘୋଷିତ ବିଜୁଳି କାଟ୍ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡି କହିଲା ଅସୁବିଧା ସୁଧାରିବାକୁ ଚେଷ୍ଟା କରୁଛି ବିତରଣ କମ୍ପାନୀ

124

କନକ ବ୍ୟୁରୋ : ଗୋଟିଏ ପଟେ ରାଜ୍ୟରେ ଘଣ୍ଟା ଘଣ୍ଟା ଧରି ବିଜୁଳି କାଟକୁ ନେଇ ଜନ ଅସେନ୍ତାଷ ବଢ଼ି ବଢ଼ି ଚାଲିଛି । ଆଉ ଅନ୍ୟପଟେ ବିଜୁଳି କାଟକୁ ନେଇ ଜୋର ହୋଇଛି ରାଜନୈତିକ ବୟାନବାଜି । ବିଜୁଳି କାଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଓଡ଼ିଶାରେ ବିଚିତ୍ର କଥା ଦଖିବାକୁ ମିଳୁଛି । ବିଭାଗୀୟ ମନ୍ତ୍ରୀ, ସଚିବ ଓ ବିଜେଡି ନେତା ପରସ୍ପର ବିରୋଧୀ ମନ୍ତବ୍ୟ ଦେଉଛନ୍ତି । ଏହା ରାଜ୍ୟ ସରକାରଙ୍କ ଶାସନଗତ ବିଫଳତାର ଚରମ ନିଦର୍ଶନ । ଦୀପ ତଳ ଅନ୍ଧାର ଭଳି ଓଡ଼ିଶାରେ ଏତେ କୋଇଲା ଆଉ ଜଳ ଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା କାରଣରୁ ଗର୍ଭନାନ୍ସ ଡେଫିସେନ୍ସି ଦେଖାଦେଇଛି । ସେହିପରି ମୁଖ୍ୟ ଶାସନ ସଚିବଙ୍କ ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

କାଳବୈଶାଖୀ ପରେ କଟକରେ ଘଂଟା ଘଂଟା ବିଜୁଳି କାଟ ହେବାକୁ ନେଇ, ଟାଟା ପାୱାର ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା ତଥା କଟକ ମେୟର ସୁବାସ ସିଂ । କହିଛନ୍ତି, ଟାଟା ପାୱାର ଆହୁରି କ୍ରିୟାଶୀଳ ହେବା ଦରକାର । କାଳବୈଶାଖୀ ପାଇଁ ସ୍ୱତନ୍ତ୍ର ଟିମ୍ ରଖି ସମସ୍ୟାର ସମାଧାନ କରିବା ସହ କାମକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି ।

ର୍ଧେମନ୍ଦ୍ର ରାଜ୍ୟ ସରକାରଙ୍କୁ ଦୋଷ ଦେବା ପରେ, ଜବାବ ରଖିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ନିଜ ସଫଳତା ଉପରେ ଟିକେ ବ୍ୟାଖ୍ୟା କରନ୍ତୁ । ମୁଖ୍ୟ ଶାସନ ସଚିବ ବୈଠକ ନେବା ପରେ, ଟାଟା ପାୱାର ତତ୍ପରତା ଦେଖାଇଛି । ବିପର୍ଯର୍୍ୟୟ ପୁନଃରୁଦ୍ଧାର ଯୋଜନା ଉପରେ କାମ କରୁଛି ।

ବିଜୁଳି କାଟକୁ ନେଇ ବିଜେପି ପକ୍ଷରୁ ପ୍ରେସମିଟ୍ କରି ରାଜ୍ୟ ସରକାର ଓ ଟାଟା ପାୱାରକୁ ସମାଲୋଚନା କରାଯାଇଛି । ଏଥିସହ ୧୪ ଓ ୧୫ତାରିଖରେ ରାଜ୍ୟର ସମସ୍ତ ଟାଟା ପାୱାର ଅଫିସ ଆଗରେ ବିକ୍ଷୋଭ ଓ ଧର୍ମଘଟ କରିବାକୁ ଚେତାବନୀ ଦେଇଛି ଦଳ ।